କୁନି ହାତରେ ବଡ ଦାନ, ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦେଲେ ଦୁଇ ଛୋଟ ଝିଅ

ବରଗଡ଼ : ଫନି ପ୍ରଭାବିତଙ୍କ ପାଇଁ ସହାୟତା ପ୍ରଦାନ କଲେ ଦୁଇ ଛୋଟ ଝିଅ। ସହାୟତା ପ୍ରଦାନ କରି ଚର୍ଚ୍ଚାରେ ବରଗଡ଼ ବୌସେନମୋରାର ଦୁଇ ଝିଅ ମନୀଷାରାଣୀ ପ୍ରଧାନ ଓ ଲିପ୍‌ସାରାଣୀ ପ୍ରଧାନ । ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ତୃତୀୟ ଓ ଚତୁର୍ଥ ଶ୍ରେଣୀର ଏହି ଦୁଇ କୁନି ଝିଅ ନିଜ ପିଗି ବ୍ୟାଙ୍କରେ ଥିବା ଟଙ୍କାକୁ ବାତ୍ୟା ବିପନ୍ନଙ୍କ ପାଇଁ ପ୍ରଦାନ କରିଛନ୍ତି । ବରଗଡ଼ କଲେକ୍ଟର ଏହାକୁ ଟ୍ଵିଟ୍‌ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଦୁଇ କୁନି ଶିଶୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁଇ ଜଣଙ୍କ କାର୍ଯ୍ୟ ବେଶ୍‌ ଉତ୍ସାହପ୍ରଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.