Below header

ଘରେ ବସି ୧ ଟଙ୍କାରେ ୨୪ କ୍ୟାରେଟ ସୁନା କିିଣିବା କେତେ ଫାଇଦାପୂର୍ଣ୍ଣ ! ଜାଣନ୍ତୁ ଏହା ସହିତ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ସୁନା କିଣିବା ଆମ ଭାରତୀୟଙ୍କ ଦୁର୍ବଳତା। ସେହିଭଳି ଯଦି ଏହା କେବଳ ଏକ ଟଙ୍କାରେ ଆପଣଙ୍କୁ ସୁନା କିଣିବାର ସୁଯୋଗ ମିଳିଯାଏ ତେବେ କଣ କହିବେ। ଆଜ୍ଞା ହଁ ଦେଶରେ ପେଟିଏମ ସମେତ ଅନ୍ୟ ସବୁ ଇ-ଓ୍ଵାଲେଟ କମ୍ପାନୀ ଗୁଡିକ ଏବେ ୧ ଟଙ୍କାରେ ସୁନା କିଣିବାର ମଉକା ଦେଉଛନ୍ତି। ଏହି ପ୍ଲାଟଫର୍ମରେ ବିକ୍ରି କରାଯାଉଥିବା ସୁନା ୨୪ କ୍ୟାରେଟ ୯୯.୯ ଶୁଦ୍ଧତା ବିଶିଷ୍ଟ ଅଟେ। ଏଠାରେ ଆପଣଙ୍କ ଦ୍ୱାରା କିଣାଯାଇଥିବା ସୁନାକୁ ଏକ ସୁରକ୍ଷିତ ଲକରରେ ରଖାଯାଇଥାଏ। ଆପଣ ଯେବେବି ଚାହିଁବେ ଏହି ସୁନାକୁ ହୋମ ଡେଲିଭରୀ ମଧ୍ୟ କରିପାରିବେ। ଏହାସହିତ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସୁନାକୁ ରିଟର୍ଣ୍ଣ ମଧ୍ୟ ହାସଲ କରିପାରିବେ।

ଆସନ୍ତୁ ଜାଣିବା ଏହି ସ୍କିମ ସହ ଜଡିତ କିଛି କଥା

-ପେଟିଏମ ଗୋଲ୍‌ଡରୁ ସୁନା କିଣିବା ପାଇଁ ଆପଣଙ୍କୁ ପେଟିଏମ ଆପରେ ଗୋଲ୍‌ଡ ଅପସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣ ସୁନା କିଣିପାରିବେ। ଆପଣଙ୍କ ସୁନା ଏମଏଟିସି-ପିଏମପି ଲକରରେ ସୁରକ୍ଷିତ ରହିବ। କିଣିବା ସହିତ ଆପଣ ଏଠାରେ ସୁନା ବିକ୍ରି ମଧ୍ୟ କରିପାରିବେ।

ଏହି ପ୍ଲାଟଫର୍ମରେ ଆପଣ ପ୍ରାୟ ୧ଟଙ୍କାରେ ସୁନା କିଣିପାରିବେ। ଏଠାରେ ଆପଣ ୧ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ସୁନା କିଣିପାରିବେ।

goldଏହା କେତେ ସୁରକ୍ଷିତ?

କମ୍ପାନୀ ଦାବି କରିଛି ଯେ ଏହି ପ୍ଲାଟଫର୍ମରେ ବିକ୍ରି ହେଉଥିବା ସୁନା ୨୪ କ୍ୟାରେଟ ୯୯.୯ ଶୁଦ୍ଧତା ବିଶିଷ୍ଟ। ଏହାକୁ ଏକ ସୁରକ୍ଷିତ ଲକରରେ ରଖାଯାଉଛି। ଏହାସହିତ ଆପଣ ଯେତେବେଳେ ଚାହିଁବେ ଏହାକୁ ହୋମ ଡେଲିଭରୀ ମଧ୍ୟ କରିପାରିବେ।

ଏହାସହ ପଢନ୍ତୁ : ମାତ୍ର ୧ ଟଙ୍କା ନିବେଶରେ କିଣି ପାରିବେ ସୁନା, ଏହି କମ୍ପାନୀ ଗୁଡିକ ଦେଉଛନ୍ତି ଅଫର

-ପେଟିଏମ ଗୋଲ୍ଡ ବ୍ୟତୀତ ବୁଲିୟନ ଇଣ୍ଡିଆ ଜରୀଆରେ ମଧ୍ୟ ଆପଣ ସୁନା କିଣିପାରିବେ। ଅବଶ୍ୟ ଅତିକମରେ ୩୦୦ ଟଙ୍କା ହେବା ଆବଶ୍ୟକ। ଫିନକର୍ବ ବୁଲିୟନ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ସବସିଡି କମ୍ପାନୀ-ବୁଲିୟନ ଇଣ୍ଡିଆ ମଧ୍ୟ ଏମଏଟିଏସ-ପିଏଏମପି ଭଳି ଆପଣଙ୍କ ସୁନାକୁ ସୁରକ୍ଷିତ ଲକରରେ ରଖିଥାଏ। ଏହାର ବିମା ମଧ୍ୟ ହୋଇଥାଏ।

ଆପଣଙ୍କ ଆଦେଶରେ ହିଁ ଏହାକୁ ହୋମ ଡେଲିଭରୀ ମଧ୍ୟ କରାଯିବ। ଡେଲିଭରୀ ୧,୨,୫,୧୦,୨୦ ଗ୍ରାମ ମୁଦ୍ରାରେ ହୋଇଥାଏ। ଏହାସହିତ ପେଟିଏମ ନିଜର ପ୍ଲାଟଫର୍ମରେ ଡିଜିଟାଲ ଟ୍ରାନଜାକସନ କରିବାରେ କ୍ୟାସବ୍ୟାକ୍‌ ରୁପରେ ଡିଜିଟାଲ ଗୋଲ୍‌ଡର ବିକଳ୍ପ ମଧ୍ୟ ଆପଣଙ୍କୁ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.