ପୁଣି ବିବାଦରେ ପପୁ, ନିଜ ନୂଆ ଫିଲ୍ମ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ

ପୁଣି ଥରେ ବିବାଦରେ ବଲିଉଡ ଅଭିନେତା ପପୁ ପମ ପମ । ଅପ କମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ବିବାଦ ତେଜିବାରେ ଲାଗିଛି । ପୋଷ୍ଟରରେ ୭ ଜଣ ଝିଅ ତଳେ ଆଣ୍ଠେଇ ବସିଛନ୍ତି । ସେମାନଙ୍କଠାରେ ଲାଗିଥିବା ରଶିକୁ ଧରି ସାରଥୀ ଷ୍ଟାଇଲରେ ଛିଡା ହୋଇଛନ୍ତି ପପୁ । ପୋଷ୍ଟରକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି ।

ନାରୀ ଜାତି ପ୍ରତି ଏହା ଅପମାନ ବୋଲି କୁହାଯାଇଛି । ଆଥଲେଟ ଦୂତି ଚାନ୍ଦ ବି ପୋଷ୍ଟରକୁ ବିରୋଧ କରିଛନ୍ତି । ନାରୀଙ୍କୁ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି । ଆସନ୍ତା ଗଣେଶ ପୂଜାରେ ‘ମିଷ୍ଟର କହ୍ନେୟା’ ରିଲିଜ ହେବ । ଫିଲ୍ମରେ ପପୁଙ୍କ ସହ ଲିଡ ରୋଲରେ ଅଛନ୍ତି ଝିଲିକ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.