Below header

ଆସିଲା ସାଓମିର ଧମାକା ଅଫର, ମାତ୍ର ୧ଟଙ୍କାରେ ନିଜର କରନ୍ତୁ ଏହି ଦମଦାର ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ସାଓମିର ଦୀପାବଳି ଉଇଥ୍ ଏମଆଇ ସେଲର ଆଜି ଦ୍ବୀତିୟ ଦିନ। ଏଣୁ କମ୍ପାନି ଆଜି କିଛି ମୋବାଇଲ ଏବଂ ଅନ୍ୟ ପ୍ରଡ଼ୋକ୍ଟରେ ଶାନଦାର ଅଫର ଦେଉଛି। ମଙ୍ଗଳବାର ଅର୍ଥାତ କାଲି ଆରମ୍ଭ ହୋଇଥିବା ସାଓମି ଦୀପାବଳି ଅଫରରେ Redmi Note 5 Pro ଏବଂ Redmi Y2, Mi A2 ରେ ଟପ୍ ଡ଼ିଲ୍ସ ଏବଂ ରିହାତି ହେଉଛି। ଏପରିକି କମ୍ପନିର ପ୍ରଥମ ଦିନ ସେଲରେ POCO F1କୁ ମାତ୍ର ୧ଟଙ୍କାରେ ଉପଲବ୍ଧ କରାଯାଇଥିଲା।

ଆଜି ଅର୍ଥାତ୍ ସେଲର ଦ୍ବିତୀୟ ଦିନରେ ସାଓମି ନିଜର କିଛି ମଧ୍ୟମ ମୂଲ୍ୟ ବିଶିଷ୍ଟ ସ୍ମାର୍ଟଫୋନକୁ ମାତ୍ର ୧ଟଙ୍କାରେ ଉପଲବ୍ଧ କରାଇବ। ଏଥିରେ Redmi Note 5 Pro ମୋବାଇଲକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ଆସନ୍ତୁ ଜାଣିବା କିପରି ମାତ୍ର ୧ ଟଙ୍କାରେ ଆପଣ ପାଇପାରିବେ ଏହି ଦମଦାର ସ୍ମାର୍ଟଫୋନ।

diwali ୧

ବଜାରରେ ଏବେ Redmi Note 5 Pro ସ୍ମାଟର୍ଫୋନ ୧୪,୯୯୯ ଟଙ୍କାରେ ଉପଲବ୍ଧ ରହିଛି। ତେବେ ଦୀପାବଳି ଉଇଥ ମି ସେଲରେ ଏଥିରେ ପ୍ଳାଟ ୨୦୦୦ ଟଙ୍କାର ରିହାତି ରହିଛି। ଏହାଛଡ଼ା ସାଓମି ଦୈନିକ ସନ୍ଧ୍ୟା ୪ଟା ସମୟରେ ଫ୍ଳାସ ସେଲ ଆୟୋଜିତ କରୁଛି। ଯେଉଁଥିରେ ଗ୍ରାହକ ମାତ୍ର ୧ଟଙ୍କାରେ ଦମଦାର Redmi Note 5 Proକୁ ନିଜର କରିପାରିବେ।

ଏଥିପାଇଁ ଗ୍ରାହକଙ୍କୁ ଫ୍ଳାସସେଲ ଆରମ୍ଭ ପୂର୍ବରୁ ଏମଆଇ ଆକାଉଣ୍ଟରେ ଲଗଇନ୍ କରିବାକୁ ପଡ଼ିବ। ସେଲ ଆରମ୍ଭ ପୂର୍ବରୁ ଗ୍ରାହକ ତାଙ୍କର ଠିକଣା ଏବଂ ବ୍ୟାଙ୍କ ଡ଼ିଟେଳ୍ସ ମଧ୍ୟ ସେଥିରେ ସାମିଲ କରିପାରନ୍ତି। ଯାହାଫଳରେ ତୁରନ୍ତ ଟଙ୍କା ଦେଣନେଣ କରିପାରିବେ। ଗତକାଲି POCO F1 ସହ Xiaomi A2 ମଧ୍ୟ ମାତ୍ର ୧ଟଙ୍କାରେ ଉପଲବ୍ଧ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.