ଆକାଶରେ ଜନ୍ମ ନେଲା ସନ୍ତାନ

ମୁମ୍ବାଇ : କଥାରେ ଅଛି, ଜନ୍ମ ମରଣ କାହା ହାତରେ ନାହିଁ । ଯାହା ଅତି ବାସ୍ତବ କଥା । ଆଜି ଆକାଶର ଜନ୍ମ ନେଇଛି ଏକ ସନ୍ତାନ । ଆଜ୍ଞା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଆଜି ଆବୁଧାବିରୁ ଜାକର୍ତ୍ତା ଯାଉଥିବା ଐତିହାଦ ବିମାନରେ ଜଣେ ଆସନ୍ନ ପ୍ରସବା ମହିଳା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିମାନର ଗତିପଥ ବଦଳାଇ ମୁମ୍ବାଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ମହିଳାଙ୍କୁ ତୁରନ୍ତ ଅନ୍ଧେରୀ ସ୍ଥିତ ଏକ ହସପିଟାଲକୁ ନିଆଯାଇଛି । ସେଠାରେ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ମହିଳା ଜଣକ ଇଣ୍ଡୋନେସିଆର ବାସିନ୍ଦା ।

ଗତବର୍ଷ ପାକିସ୍ତାନ ଇଣ୍ଟରନେସନାଲ ଫ୍ଲାଇଟ୍ ସାଉଦି ଆରବରୁ ମୁଲତାନକୁ ଯାଉଥିବା ବେଳେ ସେଥିରେ ଜଣେ ମହିଳା ସନ୍ତାନକୁ ଜନ୍ମ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.