ଓଡ଼ିଆ ବୋଲର୍ ପପୁ ରାୟ ଦେଓଧର ଟ୍ରଫିରେ ନେଲେ ୩ ୱିକେଟ୍

ନୂଆଦିଲ୍ଲୀ : ଦେଓଧର ଟ୍ରଫି କ୍ରିକେଟରେ ଭାରତ-ସି ଦଳ ପକ୍ଷରୁ ଖେଳୁଥିବା ଓଡ଼ିଆ ସ୍ପିନର ପପୁ ରାୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନିଜକୁ ପ୍ରମାଣିତ କରିଛନ୍ତି । ସୁଯୋଗ ପାଇବା ପରେ କମାଲ ଦେଖାଇଛନ୍ତି ପପୁ । ଯାଜପୁର ଜିଲ୍ଲା ଦଳରୁ ଖେଳୁଥିବା ପପୁ ତାଙ୍କ ୧୦ ଓଭର ବୋଲିଂ କରି ୪୫ ରନରେ ୩ ୱିକେଟ୍ ନେଇ ପୁଣି ଚୟନକର୍ତ୍ତାଙ୍କ ନଜରକୁ ଆସିଛନ୍ତି । ତାଙ୍କ ବୋଲିଂରେ ରନ୍ ଖର୍ଚ୍ଚ ହାର ଥିଲା ୪.୫୦ ।

କଠିନ ସଂଘର୍ଷ କରି ଏତେଦୂର ପହଞ୍ଚିଥିବା ଏହି ବାମହାତୀ ସ୍ପିନର ଗତ ବିଜୟ ହଜାରେ ଟ୍ରଫିରେ ୮ଟି ମ୍ୟାଚ୍ ଖେଳି ୧୪ ୱିକେଟ୍ ହାସଲ କରିଥିଲେ । ଏହା ପରେ ତାଙ୍କୁ ଦେଓଧର ଟ୍ରଫିରେ ସୁଯୋଗ ମିଳିଛି ।

ଦେଓଖର ଟ୍ରଫିର ଆଜି ଦ୍ବିତୀୟ ମ୍ୟାଚରେ ଭାରତ-ବି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ସ୍ଥିର କରିଥିଲା । ହେଲେ ଭାରତ-ସି ଦଳର ବୋଲରମାନେ ୧୦୦ ରନ୍ ଭିତରେ ବି ଦଳର ୫ଟି ପ୍ରମୁଖ ୱିକେଟ୍ ଖସାଇ ଦେଇଥିଲେ । ପପୁ ଭାରତ-ବି ଦଳର ଅଧିନାୟକ ଶ୍ରେୟସ ଆୟର ଓ ମନୋଜ ତିୱାରୀଙ୍କୁ ଆଉଟ୍ କରିଥିଲେ । ପପୁ ଆୟରଙ୍କୁ କ୍ୟାଚ୍ ଆଉଟ୍ କରାଇଥିବା ବେଳେ ତିୱାରୀଙ୍କୁ ବୋଲଡ୍ କରି ଦେଇଥିଲେ । ପରେ ପପୁ ଗୌତମଙ୍କୁ କ୍ୟାଚଆଉଟ୍ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.