Below header

ଶସ୍ତା କାର୍‌ କିଣିବାର ଶେଷ ମଉକା, ଜାନୁଆରୀରେ ଏହି କମ୍ପାନୀର ମଡେଲ ହୋଇଯିବ ମହଙ୍ଗା

ଜାନୁଆରୀ ୨୦୨୩ରେ ଦେଶରେ କାର କମ୍ପାନୀ ଗୁଡିକ ନିଜର ବାହନର ଦାମକୁ ବଢ଼ାଇବାକୁ ଯାଉଛନ୍ତି। ଭାରତରେ ବଡ ବଡ ଅଟୋ ନିର୍ମାଣକାରୀ କମ୍ପାନୀ ଆସନ୍ତା ମାସରୁ ଆରମ୍ଭ ହେଉଥିବା ମଡେଲର ଦାମକୁ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ କାର ମୂଲ୍ୟ ବୃଦ୍ଧି ପାଇବ । ଏହା ଗ୍ରାହକଙ୍କ ପାଇଁ ନିଶ୍ଚିତ ଭାବେ ଏକ ନିରାଶଜନକ ଖବର । ବିଭିନ୍ନ କମ୍ପାନୀମାନେ ସେମାନଙ୍କର କାର୍ ମଡେଲର ମୂଲ୍ୟ ବୃଦ୍ଧି କରିବେ । ଇନପୁଟ କଷ୍ଟ ବୃଦ୍ଧି ଏଥିପାଇଁ ହିଁ ମୁଖ୍ୟ କାରଣ । ତେବେ ଏହାଛଡ଼ା ଆସନ୍ତା ବର୍ଷ ଏପ୍ରିଲ ମାସରୁ ଉତ୍ସର୍ଜନ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି । ତେଣୁ କାର୍ କମ୍ପାନୀମାନେ ଏହି ନିଷ୍ପତ୍ତି ନେଇଛନ୍ତି ।

ନୂଆ ମାନଦଣ୍ଡ ଅନୁଯାୟୀ ବାହନର ରିୟଲ ଟାଇମରେ କାର୍ବନ ଉତ୍ସର୍ଜନ ସ୍ତରକୁ ନଜରରେ ରଖିବା ପାଇଁ ଅନବୋର୍ଡ ସେଲ୍ଫ ଡାଇଗ୍ନୋଷ୍ଟିକ ଡିଭାଇସ୍‌ ଲଗାଯିବ। ଯଦି ଆପଣ ମଧ୍ୟ ନୂଆ କାର କିଣିବା ପାଇଁ ପ୍ଲାନ କରୁଛନ୍ତି ତାହେଲେ ଏହି ଡିସେମ୍ବରରେ ଆପଣଙ୍କ ପାଖରେ ଲାଷ୍ଟ ଚାନ୍ସ ରହିଛି। ଯଦି ଆପଣ ଏହି ଡିସେମ୍ବର ସୁଦ୍ଧା ଯଦି ନ କିଣୁଛନ୍ତି ତାହେଲେ ଏହାପରେ କାରର ଦାମ୍‌ ବହୁତ ମାତ୍ରାରେ ବଢ଼ିଯିବ। ଆଜି ଆମେ ଆପଣଙ୍କୁ ସେହି କମ୍ପାନୀର ଲିଷ୍ଟ ବତାଇବୁ ଯେଉଁ କମ୍ପାନୀ ଗୁଡିକ କାରର ଦାମ୍‌ ବଢ଼ାଇବାକୁ ଯାଉଛନ୍ତି। ଆସନ୍ତୁ ଆଉ ଡେରି ନକରି ଜାଣିବା ଆସନ୍ତା ମାସରେ କେଉଁ କମ୍ପାନୀ କେତେ ଦାମ୍‌ ବୃଦ୍ଧି କରୁଛନ୍ତି।

୧- ହୋଣ୍ଡା: ଏହି ଜାପାନୀ କାର ନିର୍ମାତା କମ୍ପାନୀ ଏହାର ଯାନର ଦାମ୍ ପାଖାପାଖି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବ ।
୨- ହ୍ୟୁଣ୍ଡାଇ ଇଣ୍ଡିଆ: କମ୍ପାନୀର ସମସ୍ତ ମଡେଲର ଦାମ୍ ବୃଦ୍ଧି ହେବ ଓ ଏହା ଆସନ୍ତା ଜାନୁଆରୀରୁ ଲାଗୁ ହେବ ।
୩- ଜିପ ଇଣ୍ଡିଆ: ସମସ୍ତ ମଡେଲର ଜିପ ଏସୟୁଭିର ମୂଲ୍ୟ ୨-୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ।
୪- ମାରୁତି ସୁଜୁକି: କମ୍ପାନୀର କହିବା କଥା ଯେ ଲଗାତର ମୂଲ୍ୟ ବୃଦ୍ଧି ଚାପ ଓ ରେଗୁଲେଟୋରୀ ଆବଶ୍ୟକତା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।
୫- ଟାଟା ମୋଟର୍ସ: କମ୍ପାନୀ ପକ୍ଷରୁ ଅଫର କରାଯାଉଥିବା ଆଇସିଇ ଓ ଇଭି ମଡେଲର ମୂଲ୍ୟ ବୃଦ୍ଧି ହେବ ।
୬- କିଆ ଇଣ୍ଡିଆ: ୨୦୨୩ ଜାନୁଆରୀ ମାସରୁ କିଆର ବାହନ ଗୁଡ଼ିର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯିବ ।
୭- ମର୍ସିଡିଜ: ବିଳାସପୂର୍ଣ୍ଣ କାର କମ୍ପାନୀ ବା ଲଗଜୁରୀ କାର କମ୍ପାନୀ ୫% ପ୍ରତିଶତ ପର୍ଯ୍ୟନ୍ତ ଦାମ୍ ବୃଦ୍ଧି କରିବ ବୋଲି ସୂଚନା ରହିଛି ।
୮- ଏମଜି ମୋଟର: କମ୍ପାନୀ ଏହାର ଏସୟୁଭିର ଦାମକୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ।
୯- ଅଡି ଇଣ୍ଡିଆ: କମ୍ପାନୀ ଆସନ୍ତା ଜାନୁଆରୀ ମାସରୁ କାରର ମୂଲ୍ୟ ୧.୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବ।
୧୦ – ରେନୋ : ଫ୍ରାନ୍ସ କାର୍‌ ନିର୍ମାତା ମଧ୍ୟ ନିଜର ସମସ୍ତ ମଡେଲ ଉପରେ ଦାମ୍‌ ବଢ଼ାଇବାକୁ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.