Below header

ଏଲନ ମସ୍କଙ୍କ ଚାକିରି ଅଫର, ଟ୍ଵିଟର ସିଇଓ ପଦପାଇଁ ଜଣେ ବୋକାଙ୍କୁ ଖୋଜୁଛନ୍ତି ମସ୍କ

କେନ୍ୟୁଜ୍‌(ବ୍ୟୁରୋ): ଟ୍ଵିଟର ସିଇଓ ଏଲନ ମସ୍କଙ୍କ ଚାକିରି ଅଫର । ତାହା ପୁଣି ସିଇଓ ପଦ ପାଇଁ । ଏଥିପାଇଁ କିନ୍ତୁ ଜଣେ ବୋକା ଲୋକକୁ ଖୋଜୁଛନ୍ତି ମସ୍କ । ଖୁବ୍‌ ଶୀଘ୍ର ସିଇଓ ପଦ ଛାଡ଼ିଦେବେ ବୋଲି ମସ୍କ ଟ୍ଵିଟ୍‌ କରିଛନ୍ତି । ସିଇଓ ପଦ ଛାଡ଼ିବା ନେଇ ଜାରି କରିଥିବା ପୋଲରେ ୫୭.୫ ପ୍ରତିଶତ ପୋଲ ହଁ ଆସିବା ପରେ ସିଇଓ ପଦ ପାଇଁ ଅଫର ଜାରି କରିଛନ୍ତି ମସ୍କ । ମସ୍କ ଟ୍ଵିଟ କରି ଲେଖିଛନ୍ତି ଯେତେଶୀଘ୍ର ଏହି ପଦପାଇଁ ଜଣେ ବୋକାକୁ ପାଇ ଯିବେ ସେ ଏହି ପଦ ଛାଡ଼ିଦେବେ । କେବଳ ସପ୍ଟେଓ୍ଵର ଓ ସରଭର ଟିମକୁ ଚଳାଇବେ ବୋଲି ମସ୍କ ଲେଖିଛନ୍ତି ।

ଡିସେମ୍ବର ୧୯ରେ ଟ୍ଵିଟ୍‌ କରି ପୋଲ ଜାରି କରିଥିଲେ ମସ୍କ । ପୋଲ ଯୋଗେ ମସ୍କ ଜାଣିବାକୁ ଚାହୁଁଥିଲେ ସେ ଟ୍ଵିଟର ସିଇଓ ପଦକୁ ଛାଡ଼ି ଦେବେ କି ? ପୋଲରେ ମସ୍କ ଟ୍ଵିଟର ସିଇଓ ପଦ ଛାଡ଼ିଦେବା ନେଇ ମତ ଆସିଥିଲା । ମସ୍କ କିନ୍ତୁ ଏହାକୁ ଗ୍ରହଣ କରିନଥିଲେ । ଅଳ୍ପ ଭୋଟ ହୋଇଛି ବୋଲି ମସ୍କ ଦାବି କରିଛନ୍ତି । ଟ୍ଵିଟ କରି ମସ୍କ କହିଛନ୍ତି ଏହି ପଦପାଇଁ ଜଣେ ବୋକାକୁ ପାଇଗଲେ ସେ ଟ୍ଵିଟର ସିଇଓ ପଦ ଛାଡ଼ିଦେବେ ।

ମସ୍କ ଏବେ ଟ୍ଵିଟରର ଅସ୍ଥାୟୀ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି । ଖୁବଶୀଘ୍ର ସେ ଏହି ପଦ ଅନ୍ୟକୁ ଦେବାର ଯୋଜନାରେ ଅଛନ୍ତି । ସେଥିପାଇଁ ସେ ଜଣଙ୍କୁ ଖୋଜୁଥିବା ଟ୍ଵିଟ୍‌ କରି କହିଛନ୍ତି । ମସ୍କ ପୂର୍ବରୁ ମଧ୍ୟ କହିଥିଲେ ତାଙ୍କର କୌଣସି କମ୍ପାନୀର ସିଇଓ ପଦରେ ସେ ରହିବାକୁ ଚାହୁଁ ନାହାଁନ୍ତି । ଟେସଲା ପାଇଁ ମଧ୍ୟ ମସ୍କ ନୂଆ ସିଇଓ ଖୋଜୁଥିବା ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.