ଚୀନରେ ବର୍ତ୍ତମାନ ଆତଙ୍କ ଖେଳାଇଛି BF.7 କୋଭିଡ ଭାରିଆଣ୍ଟ, ତାହା ଏବେ ଓଡ଼ିଶାରେ

ଭୁବନେଶ୍ୱର (କେନ୍ୟୁଜ୍‌) : ଚୀନ୍‌ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍‌ ଭାରିଆଣ୍ଟ ଓଡ଼ିଶାରେ । ଏବେ ଚିହ୍ନଟ ହୋଇଛି ଚୀନର ଆତଙ୍କୀ ଭାରିଏଣ୍ଟ । ଚୀନରେ ବର୍ତ୍ତମାନ ଆତଙ୍କ ଖେଳାଇଛି BF.7 କୋଭିଡ ଭାରିଆଣ୍ଟ । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ BF.7 ଭାରିଆଣ୍ଟର ୩ଟି କେସ ଚିହ୍ନଟ ହୋଇଛି । ଏହା ମଧ୍ୟରେ ୨ଟି ଗୁଜରାଟରେ ଥିବା ବେଳେ ଗୋଟିଏ ଓଡ଼ିଶାରୁ ଚିହ୍ନଟ ହୋଇଛି । ପିଟିଆଇର ଏକ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି । ଆମେରିକା ଏବଂ ବ୍ରିଟେନରେ ବି ଏହି ଭାରିଆଣ୍ଟ ଆତଙ୍କ ଖେଳାଇଛି ।

ଚୀନ୍‌ରେ ବର୍ତ୍ତମାନ ଏହି ଭାରିଏଣ୍ଟ ପ୍ରଚଣ୍ଡ ଆତଙ୍କ ଖେଳାଇ ମଣିଷ ମାରି ଚାଲିଛି । ଦିନକୁ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । ତେଣୁ ଭାରତରେ ଏହାକୁ ନେଇ ସତର୍କତା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.