ପାଞ୍ଚ ଘଣ୍ଟା ହୋର୍ଡିଂ ଉପରେ ବସି ରହିବା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଦୀର୍ଘ ୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ଓହ୍ଲାଇଲେ ମୁକ୍ତିକାନ୍ତ । ହୋର୍ଡିଂ ଉପରକୁ ଚଢି ପ୍ରତିବାଦ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

ଭୁବନେଶ୍ୱର ଶିଶୁ ଭବନ ଛକ ବିଜ୍ଞାପନ ହୋର୍ଡିଂ ଉପରେ ଚଢିଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ଦୀର୍ଘ ୫ ଘଣ୍ଟା ଧରି ସେ ହୋର୍ଡିଂ ଉପରେ ବସି ରହିଥିଲେ । ନିଜର ଦାବିରେ ଅଡ଼ି ବସିଥିଲେ । ଯେତେବେ ତଳକୁ ଓହ୍ଲାଇ ଆସିବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ । ଘଟଣାସ୍ଥଳରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ରାଉରଲେକାରୁ ସେ ଭାର ବୋହି ଚାଲି ଚାଲି ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହାପରେ ଦାବି ପୂରଣ ପାଇଁ ଶିଶୁଭବନ ଛକରେ ଥିବା ଏକ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ । ଏମିତିକି କିଛି ତରଳ ପଦାର୍ଥ ବୋତଲରେ ଧରି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ ।
ତେବେ ଅଗ୍ନିଶମ କର୍ମଚାରୀମାନେ ବେଶ୍‌ ପରିଶ୍ରମ କରି ତାଙ୍କୁ ତଳକୁ ଆଣିଥିଲେ । ତାଙ୍କୁ ବୁଝାଶୁଝା କରାଯାଇଛି ।
ପରେ ତାଙ୍କୁ କ୍ଯାପିଟାଲ ହିସ୍ପିଟାଲ ଅବଜରଭେସନ୍‌ ରୁମ୍‌୍‌ରେ ରଖା ଯାଇଛି । ସେ ଡିଜେଲ ଢାଳି ହେବାରୁ ଅଗ୍ନିଶମ କର୍ମଚାରୀମାନେ ତାଙ୍କ ଉପରକୁ ପାଣି ମାଡ଼ କରିଥିଲେ । ଏଥି ପାଇଁ କାଳେ ତାଙ୍କୁ ନିମୋନିଆ ହୋଇଯିବ ସେଥିପାଇଁ ମେଡିସିନ ବିଭାଗ ଡାକ୍ତର ପରୀକ୍ଷା କରୁଛନ୍ତି । ସୂଚନା ଅନୁଯାୟୀ ତାଙ୍କୁ ମାନସିକ ସ୍ଥିତିକୁ ମଧ୍ୟ ପରୀକ୍ଷା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.