Below header

ମାତ୍ର ୧୦ ଲକ୍ଷ ଭିତରେ ମିିଳୁଛି ଏହି ସବୁ କାର, ଜାଣନ୍ତୁ କଣ ରହୁଛି ଫିଚର୍ସ ଓ ସ୍ପେସିଫିକେସନ୍ସ

ନିଜ ପକେଟକୁ ସୁହାଇଲା ଭଳି କାରର ସନ୍ଧାନରେ ଅଛନ୍ତି କି ତାହେଲେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଆଜିକାଲି ସବୁ କ୍ୟାଟେଗରୀରେ କାରର ବହୁତ କିଛି ଅପ୍ସନ ମହଜୁଦ୍‌ ରହିଛି । ଅପ୍ସନ ମଧ୍ୟରୁ ଗ୍ରାହକ ନିଜ ପସନ୍ଦର ଅପ୍ସନକୁ ବାଛି ପାରିବେ ।

ଆପଣ କାର କିଣିବାକୁ ପ୍ଲାନ କରୁଛନ୍ତି କି । ଆଉ ତାସହିତ ନିଜ ପକେଟକୁ ସୁହାଇଲା ଭଳି କାରର ସନ୍ଧାନରେ ଅଛନ୍ତି କି ତାହେଲେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଆଜିକାଲି ସବୁ କ୍ୟାଟେଗରୀରେ କାରର ବହୁତ କିଛି ଅପ୍ସନ ମହଜୁଦ୍‌ ରହିଛି । ଅପ୍ସନ ମଧ୍ୟରୁ ଗ୍ରାହକ ନିଜ ପସନ୍ଦର ଅପ୍ସନକୁ ବାଛି ପାରିବେ । ଯଦିଓ ସେଫ୍ଟି ମାମଲାରେ କିଛି କାର ରହିଛି ଯାହା ବହୁତ ଭଲ ପରଫର୍ମ କରିଥାଏ ଏବଂ ସେହି କାରର ବଜେଟ ମଧ୍ୟ କମ୍‌ ରହିଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି କାର ନେଇ ଆସିଛୁ ଯାହା ୧୦ ଲକ୍ଷ ଟଙ୍କାରୁ ବି ଶସ୍ତା ଏବଂ ସେଥିରେ ଜବରଦସ୍ତ ସେଫ୍ଟି ଫିଚର୍ସକୁ ମଧ୍ୟ ସାମିଲ କରାଯାଉଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେଫ୍ଟି ପାଇଁ କାରରେ ହାଇ ଷ୍ଟ୍ରେଙ୍ଗଥ୍‌ ଷ୍ଟିଲ, ଏୟାରବ୍ୟାଗ୍ସ, ରିୟର ପାର୍କିଙ୍ଗ ସେନ୍ସର, ସ୍ପିଡ ଆଲର୍ଟ ସିଷ୍ଟମ, ସେଫ୍ଟି ବେଲ୍ଟ ଆଲର୍ଟ ସିଷ୍ଟମ, ରିୟର ସିଟ୍‌ ବେଲ୍ଟ, ଟାୟର ପ୍ରେସର ମନିଟରିଙ୍ଗ ସିଷ୍ଟମ ଆଦିକୁ ସାମିଲ କରାଯାଉଛି । ଯଦିଓ ଅନେକ ଥର ଖାସିୟତ୍‌ କାରଣରୁ କାରର ଦାମରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ବେଳେବେଳେ ଏହି ଦାମ୍‌ ବୃଦ୍ଧି ମଧ୍ୟ କରାଯାଏ । ଆଜି ଆମେ ଆପଣଙ୍କୁ ବଜେଟ ରେଞ୍ଜରେ ବହୁତ ଭଲ ସେଫ୍ଟି ଫିଚର୍ସ ଅଫର କରୁଥିବା କାର ବିଷୟରେ ଜଣାଇବାକୁ ଯାଉଛୁ ।

ଆସନ୍ତୁ ସେ ସେହି କାର ବିଷୟରେ ଜାଣିବା ଏବଂ ତାର ଦାମ୍‌ କେତେ ରହିଛି ଜାଣିବା ।

ହୁଣ୍ଡାଇ ଗ୍ରାଣ୍ଡ ଆଇ ୧୦ ନିଓସ୍‌

ଏହାର ଦାମ୍‌ ୫.୯୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୮.୨୩ ହଜାର ଟଙ୍କାର ଏକ୍ସ ସୋରୋମ ପ୍ରାଇସ୍‌ ପର୍ଯ୍ୟନ୍ତ ଯାଇଥାଏ ।

ହ୍ୟୁଣ୍ଡାଇ ଏକ୍ସଟର

ଏହାର ଦାମ୍‌ ୬.୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୯.୧୬ଲକ୍ଷ ଟଙ୍କାର ଏକ୍ସସୋରୁମ୍‌ ପ୍ରାଇସ ପର୍ଯ୍ୟନ୍ତ ଯାଇଥାଏ ।

ହ୍ୟୁଣ୍ଡାଇ ଔରା

ଏହାର ଦାମ୍‌ ୬ ଲକ୍ଷ ୪୮ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୯ ଲକ୍ଷ ଟଙ୍କାର ଏକ୍ସ ସୋରୁମ୍‌ ପର୍ଯ୍ୟନ୍ତ ଆସିଥାଏ ।

ହ୍ୟୁଣ୍ଡାଇ ଆଇ ୨୦

ଏହି କାରର ଦାମ ୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୧୧.୨୦ ଲକ୍ଷ ଟଙ୍କାର ଏକ୍ସ ସୋରୁମ ପ୍ରାଇସ୍‌ ପର୍ଯ୍ୟନ୍ତ ଯାଇଥାଏ ।

ହ୍ୟୁଣ୍ଡାଇ ଭେନ୍ୟୁ

ଏହାର ଦାମ୍‌ ୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୧୧ ଲକ୍ଷ ୨୦ ହଜାର ଟଙ୍କାର ଏକ୍ସ ସୋରୁମ୍‌ ପ୍ରାଇସ୍‌ ପର୍ଯ୍ୟନ୍ତ ଆସିଥାଏ ।

ଟାଟା ନେକ୍ସନ୍‌

ଏହାର ଦାମ୍‌ ୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୬ ଲକ୍ଷ ୯୫ ଟଙ୍କାର ଏକ୍ସ ସୋରୁମ ପ୍ରାଇସ୍‌ ପର୍ଯ୍ୟନ୍ତ ଯାଇଥାଏ ।

ଏହି ସମସ୍ତ କାରର ସବୁ ଭେରିଏଣ୍ଟସରେ ଅତିକମରେ ୬ ଏୟାରବ୍ୟାଗ୍‌ ମିଳିଥାଏ । କାହିଁକିନା ଏଥିରେ ୬ ଏୟାରବ୍ୟାଗ୍‌ ଷ୍ଟାଣ୍ଡାର୍ଡ ଆସିଥାଏ । କାରରେ ୬ ଏୟାରବ୍ୟାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.