Below header

କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମଣିପୁରରୁ ଶୁଭାରମ୍ଭ, ୬୭ ଦିନରେ ୬,୭୧୩ କିଲୋମିଟର ଯାତ୍ରା

ମଣିପୁରରୁ ଆରମ୍ଭ ହୋଇ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ୬,୭୧୩ କିଲୋମିଟର ରାସ୍ତା ଅତିକ୍ରମ କରିବ । ଏହାପରେ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଯାତ୍ରା ସମାପ୍ତ ହେବ ।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜି ମଣିପୁରରୁ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଥୌବଲ ଜିଲ୍ଲାରୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଇଭେଣ୍ଟ୍‌ରେ ସାମିଲ ହେବା ପାଇଁ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ପାଖାପାଖି ୭୦ ଜଣ କଂଗ୍ରେସ ନେତା ରାହୁଲଙ୍କ ସହ ଇମ୍ଫାଲରେ ପହଞ୍ଚିଛନ୍ତି ।

ଇମ୍ଫାଲ ପହଞ୍ଚିଥିବା ଏହି ନେତାମାନଙ୍କ ମଧ୍ୟରେ ସଲମାନ ଖୁର୍ସିଦ, ରାଜୀବ ଶୁକ୍ଳା, ଆନନ୍ଦ ଶର୍ମା, ରଣଦୀପ ସିଂ ସୁରଜେଓ୍ଵାଲା, ଅଶୋକ ଗେହଲତ୍‌, ଅଭିଷେକ ମନୁ ସିଂଘଭି, ଭୂପେନ୍ଦ୍ର ସିଂ ହୁଡ୍ଡା, ସଚିନ ପାଇଲଟ୍‌, ଦିଗ୍‌ବିଜୟ ସିଂ, ପ୍ରମୋଦ ତିଓ୍ଵାରୀ ପ୍ରମୁଖ ସାମିଲ ଅଛନ୍ତି ।

ମଣିପୁରରୁ ଆରମ୍ଭ ହୋଇ କଂଗ୍ରେସର ଏହି ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ୬,୭୧୩ କିଲୋମିଟର ରାସ୍ତା ଅତିକ୍ରମ କରିବ । ଏହାପରେ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଯାତ୍ରାର ସମାପନ ହେବ । ଏହି ସମୟରେ ରାହୁଲ ଗାନ୍ଧି ୬୦ରୁ ୭୦ ଜଣ ନେତାଙ୍କ ସହ ବସ୍‌ ଯୋଗେ ଯାତ୍ରା କରିବେ । ମୁଖ୍ୟ ସ୍ଥାନଗୁଡ଼ିକରେ ନେତାମାନେ ପଦଯାତ୍ରା ମଧ୍ୟ କରିବେ ।

ଏହା ରାହୁଲ ଗାନ୍ଧିଙ୍କର ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ପର୍ଯ୍ୟାୟ, ଭାରତ ଯୋଡ଼ୋରେ କଂଗ୍ରେସ ନେତାମାନେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ୩୫୦୦ କିଲୋମିଟରର ଭାରତ ଯୋଡ଼ୋ ଯାତ୍ରା ୧୨ଟି ରାଜ୍ୟ ଅତିକ୍ରମ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.