ଆଠଗଡ଼ ମେଘା ଗାଁରେ ବ୍ୟାପିଲା ଝାଡାବାନ୍ତି, ୭ ଆକ୍ରାନ୍ତ

ଝାଡାବାନ୍ତିରେ ୭ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି । ତିଗିରିଆ ପରେ ଆଠଗଡ଼ ମେଘା ଗାଁରେ ବ୍ୟାପିଲା ଝାଡାବାନ୍ତି ।

ଆଠଗଡ଼ : ଝାଡାବାନ୍ତିରେ ୭ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି । ତିଗିରିଆ ପରେ ଆଠଗଡ଼ ମେଘା ଗାଁରେ ବ୍ୟାପିଲା ଝାଡାବାନ୍ତି । ଆକ୍ରାନ୍ତ ହୋଇ ୭ ଜଣ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ମେଘା ଗାଁର ଗୋଟିଏ ପରିବାରର ୫ ଜଣ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ୟ ଅଞ୍ଚଳର ଥିବା ସୂଚନା । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ।

ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତେ ଚିକିତ୍ସାଧୀନ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ସଚେତନତା କରାଯାଉଛି । ଦୂଷିତ ଜଳ କିମ୍ବା ଦୂଷିତ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରୁଛନ୍ତି ଡାକ୍ତର । ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ଗାଁର ପରିମଳ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.