ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଆସନ୍ତାକାଲିଠୁ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଖୋଳା ରଙ୍ଗ ମଞ୍ଚ ରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ ଏବଂ ଅମ୍ବାପାଲି ହେବାକୁ ଥିବା ଗୋପପୁର ସଜେଇ ହୋଇଛି ।

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଖୋଳା ରଙ୍ଗ ମଞ୍ଚ ରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ।  ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ ଏବଂ ଅମ୍ବାପାଲି ହେବାକୁ ଥିବା ଗୋପପୁର ସଜେଇ ହୋଇଛି । ଆସନ୍ତା କାଲି ଠାରୁ ୨୫ ଜାନୁୟାରୀ ୧୧ ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜୁଥିବା ଗୋପପୁର । ଯମୁନା ନଦୀର ପରିଚୟ ପାଇବ ଜୀରା ନଦୀ । ସମସ୍ତ ପାଲଟିଛନ୍ତି ଜଣେ ଜଣେ କଳାକାର । କଂସ ମହାରାଜଙ୍କ ନ୍ୟାୟ ବିଚାର ଏବଂ କୃଷ୍ଣ ଙ୍କ ପ୍ରେମରେ ବିମୋହିତ ହେବ ଲୋକେ ।  ବରଗଡ଼ ଓ ଅମ୍ବାପାଲି ସହରର ୨୭ ଟି ଖୋଳା ରଙ୍ଗ ମଞ୍ଚ ଅଭିନୟ କରିବେ କଳାକାର । ସରିଛି ଧନୁଯାତ୍ରା ମହୋତ୍ସବର ସମସ୍ତ ପ୍ରସ୍ତୁତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.