ନାଚ ଗୀତର ଆସର ଭିତରେ ପାଳନ ହୋଇଛି ପୋଙ୍ଗଲ ଉତ୍ସବ, ମନ ଭରି ଉପଭୋଗ କଲେ ସ୍ଥାନୀୟ ବାସିନ୍ଦା

ନାଚ, ଗୀତ ଓ ଖିଆପିଆର ଆସର ଭିତରେ ଚାରି ଦିନ ଧରି ଘରେ ଘରେ ପାଳନ ହୋଇଥାଏ ଏହି ପର୍ବ । ଗତକାଲି ବିଳମ୍ବିତ ରାତିରେ ପରମ୍ପରା ପ୍ରକାରେ ବିଭିନ୍ନ ସାହି ଛକରେ କାଠରେ ଅଗ୍ନି ସଂଯୋଗ କରି ଭୋଗୀ ପାଳନ ହୋଇଥିଲା ।

ବ୍ରହ୍ମପୁର ସହର ସମେତ ସମଗ୍ର ଓଡ଼ିଶାରେ ତେଲୁଗୁ ଭାଷାଭାଷୀ ପକ୍ଷରୁ ପାଳନ ହେଉଛି ପୋଙ୍ଗଲ୍ ଉତ୍ସବ । ନାଚ, ଗୀତ ଓ ଖିଆପିଆର ଆସର ଭିତରେ ଚାରି ଦିନ ଧରି ଘରେ ଘରେ ପାଳନ ହୋଇଥାଏ ଏହି ପର୍ବ । ଗତକାଲି ବିଳମ୍ବିତ ରାତିରେ ପରମ୍ପରା ପ୍ରକାରେ ବିଭିନ୍ନ ସାହି ଛକରେ କାଠରେ ଅଗ୍ନି ସଂଯୋଗ କରି ଭୋଗୀ ପାଳନ ହୋଇଥିଲା । ଆଜି ଆନ୍ଧ୍ରା ଭାଷା ଭିବର୍ଦ୍ଧନୀ ସମାଜମ୍ ପକ୍ଷରୁ ବ୍ରହ୍ମପୁର ସହରର ପ୍ରକାଶମ୍ ହଲ୍ ଠାରେ ନାଚ ଗୀତର ଫୁଆରା ଭିତରେ ପାଳନ ହୋଇଛି ପୋଙ୍ଗଲ ଉତ୍ସବ । ଏହି ଅବସରରେ ବ୍ରହ୍ମପୁର ସାଂସଦ, ବିଧାୟକ, ମେୟରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ଯୋଗଦାନ କରିଥିଲେ । କଳାକାର ମାନଙ୍କ ପକ୍ଷରୁ ନାଚ ଓ ଗୀତ ପରିବେଷଣ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.