ବେଙ୍ଗାଲୁରରେ ଓଡ଼ିଆ ଝିଅକୁ ବିଭତ୍ସ ହତ୍ୟା, ସାବତ ବାପା ଝିଅର ଜୀବନ ନେଇଥିବା ଅଭିଯୋଗ

ବେଙ୍ଗାଲୁରରେ ଓଡ଼ିଆ ଝିଅକୁ ହତ୍ୟା। ଭଡାଘର ନିକଟରୁ ଖୁସିର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରୁ ମୃତଦେହକୁ ସ୍ଥାନୀୟ ପୋଲିସ ଜବତ କରିବା ସହିତ ୩ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁର : ବେଙ୍ଗାଲୁରରେ ଓଡ଼ିଆ ଝିଅକୁ ହତ୍ୟା । ସଦର ବଡ଼ବାଗ ସ୍ଥିତ ମାମୁଁ ଘରେ ରହି ଶୁଭସ୍ମିତା ବେହେରା (ଖୁସି) ବୃନ୍ଦାବନ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା। ମାତ୍ର ୮ମାସ ପୂର୍ବେ ନିଜ ମା ସସ୍ମିତା ସହିତ ବେଙ୍ଗାଲୁରୁରେ ରହୁଥିଲା। ମାତ୍ର ଗତକାଲି ଭୋର ସମୟରେ ରହୁଥିବା ଭଡାଘର ନିକଟରୁ ଖୁସିର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରୁ ମୃତଦେହକୁ ସ୍ଥାନୀୟ ପୋଲିସ ଜବତ କରିବା ସହିତ ୩ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ବଡ଼ବାଗ ଗାଁର ବାବୁଲି ବେହେରାଙ୍କ ଝିଅ ସସ୍ମିତା ବେହେରା ୧୪ବର୍ଷ ପୂର୍ବେ ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ବିବାହ କରିଥିଲା। ତେବେ ଦୁଇ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ବାମୀର ମୃତ୍ୟୁ ହୋଇଯାଇଥିଲା । ପରେ ସସ୍ମିତା ଝିଅ ଖୁସି ଓ ଛୋଟ ପୁଅକୁ ନେଇ ଆସି ବଡ଼ବାଗ ସ୍ଥିତ ବାପଘରେ ରହୁଥିଲା। ପରେ ଏକବର୍ଷ ପୂର୍ବେ ସସ୍ମିତା ଭଦ୍ରକର ଏକ ଯୁବକକୁ ଦ୍ୱିତୀୟ ବିବାହ କରିବା ପରେ ସପରିବାର ବେଙ୍ଗାଲୁର ଯାଇ ଏକ ଘରୋଇ କମ୍ପାନୀରେ ଉଭୟେ ସ୍ୱାମୀ ଓ ସ୍ତ୍ରୀ କାମ କରୁଥିଲେ। ତେବେ ଗତକାଲି ସକାଳେ ଝିଅ ଖୁସିର ହତ୍ୟା ପରେ ସମସ୍ତେ ହତବାକ ହୋଇ ପଡିଛନ୍ତି। ଅନ୍ୟପଟେ ଖୁସିର ହତ୍ୟା ପାଇଁ ସାବତ ବାପାକୁ ଖୁସିର ମାମୁଁଘର ଲୋକ ସନ୍ଦେହ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.