Below header

ବ୍ଯାଙ୍କ ସର୍ଭିସ ଚାର୍ଜରେ ହେବାକୁ ଯାଉଛି ପରିବର୍ତ୍ତନ: ୧ ଅଗଷ୍ଟରୁ ଚେକ୍ବୁକ, ଏଟିଏମ୍ ଏବଂ କ୍ଯାସ୍ ଟ୍ରାଞ୍ଜାକ୍ସନ ପାଇଁ ଦେବାକୁ ହେବ ନୂଆ ଚାର୍ଜ

ଏଟିଏମଠୁ ଠାରୁ ଆରମ୍ଭ କରି କେଓ୍ଵାଇସି ପର୍ଯ୍ୟନ୍ତ ଅଗଷ୍ଟ ୧ରୁ ଅନେକ ଜରୁରୀ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମରୁ ଟଙ୍କା କାଢିବା କେବଳ ମହଙ୍ଗା ନୁହେଁ ବରଂ ଯଦି ଆପଣ ସମୟ ପୂର୍ବରୁ ନିଜର କେଓ୍ଵାଇସି ଅପଡେଟ୍ କରି ନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ।

ଯଦି ଆପଣ ସେୟାର ବଜାର ସହ ଜଡିତ ଏବଂ କ୍ରମାଗତ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ଡିମାଟ୍ ଓ ଟ୍ରେଡିଂ ଖାତାର କେଓ୍ଵାଇସି ଅପଡେଟ୍ କରାଇବା ଜରୁରୀ। ଯଦି ଆପଣ ଏ ପର୍ଯ୍ୟନ୍ତ ତାହା କରି ନାହାନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ ନଚେତ୍ ଆପଣଙ୍କ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ ବନ୍ଦ ହୋଇଯାଇପାରେ।

ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟରୀ ଲିମିଟେଡ୍(ଏନଏସଡିଏଲ) ନିଜ ପକ୍ଷରୁ ଜାରି ସର୍କୁଲାରେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମସ୍ତ ଡିମାଟ୍ ଓ ଟ୍ରେଡିଂ ଖାତାର କେଓ୍ଵାଇସି କାମ ଜୁଲାଇ ୩୧ ସୁଦ୍ଧା ସରିଯିବା ହେବା ଉଚିତ୍। ଏହି ଖାତାଧାରୀଙ୍କୁ କେଓ୍ଵାଇସି ଅପଡେଟ୍‌ରେ ଛଅ ସୂଚନା ଦେବାକୁ ପଡିଥାଏ। ଏଥିରେ ମୁଖ୍ୟତଃ ନାମ, ଠିକଣା, ପାନ୍, ମୋବାଇଲ ନମ୍ବର, ଇ-ମେଲ୍ ଆଇଡି ଓ ବାର୍ଷିକ ଆୟ ସାମିଲ।

ସେହିପରି ଅଗଷ୍ଟ ୧ରେ ଏଟିଏମ ଇଣ୍ଟରଚେଞ୍ଜ ଶୁଳ୍କ ୨ ଟଙ୍କାରୁ ବଢାଯାଇ ୧୭ ଟଙ୍କା କରି ଦିଆଯିବ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିଲେ ପ୍ରତି ଟ୍ରାଞ୍ଜେକ୍ସନ ପିଛା ୬ ଟଙ୍କା କଟିବ। ଏହା ପୂର୍ବେ ୫ ଟଙ୍କା ଥିଲା। କିନ୍ତୁ ଆଇସିଆଇସିଆଇ ବ୍ୟାଙ୍କ ତିନୋଟି ମାଗଣା ଟ୍ରାଞ୍ଜାକ୍ସନ ପରେ ପ୍ରତି ଥର ୨୦ ଟଙ୍କା ଶୁଳ୍କ ଲଗାଇବାକୁ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.