ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ, ସମୁଦାୟ ସଂଖ୍ୟା ୫୦୫କୁ ବୃଦ୍ଧି

ଭୁବନେଶ୍ୱର(କେନ୍ଯୁଜ୍): ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି ପାଇଛି। ୫ହଜାର ୩୬୬ ଘରକୁ ବୁଲି ୨୨ହଜାର ୨୬୦ ଜଣଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି। ୧୩୯୦ଟି ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇଛି।

୫୮୮ଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଚିହ୍ନଟ କରାଯାଇଛି। ଆଜିଠୁ ବିଏମ୍‌ସିର ସ୍ୱାସ୍ଥ୍ୟ ଟିମ୍‌ ବିଭିନ୍ନ ୱାର୍ଡ ବୁଲି ତଥ୍ୟ ସଂଗ୍ରହ ସହିତ ଆବଶ୍ୟକ ପଦକ୍ଷେପ ନେଇଛି। ବିଏମ୍‌ସିର ୩ଟି ଜୋନ୍‌ରେ ଏହି ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଗଳି ଗଳି ବୁଲି ମଶା ଧୁଆଁ ଦେବା ସହ ଲୋକମାନଙ୍କୁ ସଚେତନ ମଧ୍ୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.