Below header

ପାସପୋର୍ଟ ଅାପଲାଏ କରିବାକୁ ଚାହୁଁଛନ୍ତି କି ? ତେବେ ଡ଼େରି କାହିଁକି ଏପରି ଘରେ ବସି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ନିକଟରେ ପାସପୋର୍ଟ ବନାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ଆଉ ପାସପୋର୍ଟ ଅଫିସର ଚକ୍କର ଲଗାଇବା ଆବଶ୍ଯକ ନାହିଁ। ଏହି କାମ ଆପଣ ଘରେ ବସି ମଧ୍ୟ ଆରାମରେ କରିପାରିବେ। ଏବେ ଡ଼ିଜିଟାଲ ଇଣ୍ଡିଆ ହେବା ପରେ ଆପଣ ସ୍ବୟଂ ଘରେ ବସି ଅନଲାଇନରେ ପାସପୋର୍ଟ ପାଇଁ ଆପଣଙ୍କୁ ମାତ୍ର ୧୫୦୦- ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଅନଲାଇନରେ ଘରେ ବସି ପାସପୋର୍ଟ ଆପଲାଏ କରିବା ପାଇଁ https://portal2.passportindia.gov.in ୱେବସାଇଟକୁ ଯିବାକୁ ପଡ଼ିବ। ଏଥିରେ ନ୍ଯୁ ଗ୍ରାହକ ବକ୍ସରେ ରେଜିଷ୍ଟେସନ କରିବାକୁ ପଡ଼ିବ। ଏହାପରେ ପାଖ ପାସପୋର୍ଟ ଅଫିସକୁ ସିଲେକ୍ଟ କରିବା ପରେ ସେଠାରେ ସମସ୍ତ ଡ଼ାଟା ଦେବାପରେ ରେଜିଷ୍ଟରରେ କ୍ଲିକ୍ କରନ୍ତୁ। ଏହାପରେ ପାସପୋର୍ଟ ସେବା ୱେବସାଇଟରେ ଯାଇ ଲଗଇନ କରନ୍ତୁ। ସେଠାରେ ଆପଲାଏ ଫର ପ୍ରେସ୍ ପାସପୋର୍ଟ / ରିଇସୁ ଅଫ୍ ପାସପୋର୍ଟରେ କ୍ଲିକ୍ କରନ୍ତୁ। ତେବେ ଆପଣ ଆପଣଙ୍କ ଡ଼କ୍ଯୁମେଣ୍ଟକୁ ଅନଲାଇନରେ ମଧ୍ୟ ଅପଲୋଡ଼ କରିପାରିବେ। ଏହାପରେ ଆପଣ ନିଜର ଆପଲିକେସନକୁ ଡ଼ାଉନଲୋଡ଼ କରିପାରିବେ।

passport

କିପରି କରିବେ ଆବେଦନ

-ଆପଲିକେସନ୍ ଭର୍ତ୍ତି କରିବା ପରେ  ଅଲଟରନେଟିଭ ପେଜ୍ ୨କୁ ଯାଆନ୍ତୁ। ଏଠାରେ ୩୦ପେଜ୍ ଏବଂ ୬୦ ପେଜର ଅପସନ ଆସିବ।

-ଏଠାରେ ଚୟନ ପରେ ଏହାର ପର ପେଜକୁ ଯାଆନ୍ତୁ। ସେଠାରେ ନିଜର ଡ଼କ୍ଯୁମେଣ୍ଟ ହିସାବରେ ସମସ୍ତ ସୂଚନା ପ୍ରଦାନ କରନ୍ତୁ।

-ନିଜର ସମସ୍ତ ତଥ୍ଯକୁ ସେଭ୍ ଏବଂ ପ୍ରିଣ୍ଟ କରନ୍ତୁ। ଏହାପରେ ସେଠାରେ ପେ ଏଣ୍ଟ ବୁକ୍ ଆପୋଏଣ୍ଟମେଣ୍ଟକୁ ଚୟନ କରନ୍ତୁ।

ନିଶ୍ଚିତ ପଢ଼ନ୍ତୁ: ଆଧାରକୁ ମୋବାଇଲ୍, ଓ୍ବାଲେଟ୍ ଓ ବ୍ୟାଙ୍କରୁ କେମିତି କରିବେ ଡି-ଲିଙ୍କ୍ ‌? ଜାଣନ୍ତୁ ପ୍ରକ୍ରିୟା

-ଏହାପରେ ନିଜର ଆବାଯକୀୟ ତଥ୍ଯ ସହ ନିକଟସ୍ଥ ପାସପୋର୍ଟ ଅଫିସରେ ନିର୍ଦ୍ଧାରିତ ତାରିଖ ଦିନ ପହଞ୍ଚୁନ୍ତୁ।

– ସେଠାରେ ଉପସ୍ଥିତ କର୍ମଚାରୀ ଆପଣଙ୍କ ସମସ୍ତ ଡ଼କ୍ଯୁମେଣ୍ଟ ପରୀକ୍ଷିବା ସହ ଆପଣଙ୍କ ଫଟୋ ଏବଂ ଆଙ୍ଗୁଠୀର ଚିହ୍ନ ନେବେ।

-ଏହାର ୭ ଦିନ ମଧ୍ୟରେ ଆପଣଙ୍କ ସ୍ଥାନୀୟ ପୋଳିସ ଥାନାରୁ ଭେରିପିକେସନ୍ ହେବା ସହ ତାହାର ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଦ୍ବାରା ଦିଆଯାଇଥିବା ଠିକଣାରେ ପାର୍ସପୋର୍ଟ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.