Below header

ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI)ରେ ଖାଲି ପଡ଼ିଛି ୩୮୦ ପଦବୀ, ୮ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI)ରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏଥିପାଇଁ ଇଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରି ନିଅନ୍ତୁ। FCI ପକ୍ଷରୁ ୩୮୦ ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପାଇଁ ସଂସ୍ଥା ପକ୍ଷରୁ ୧୮ରୁ ୨୫ ବର୍ଷ ବୟସର ଯୁବକ ଯୁବତୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି। ଯୋଗ୍ୟ ତଥା ଇଛୁକ ପ୍ରାର୍ଥୀ FCI ର ଅଫିସିଆଲ ୱେବସାଇଟ୍  fciharyana-watch-ward.in କୁ ଯାଇ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ରହିଛି ୧୯ ନଭେମ୍ବର ୨୦୨୧।

ନୋଟିଫିକେସନ୍ ମୁତାବକ, FCI ୱାଚ୍ ମ୍ୟାନ୍ ପଦ ପାଇଁ ଏହି ୩୮୦ଟି ପଦରେ ନିଯୁକ୍ତି ଦେବ। ଏଥିପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍ ରହିଛି। ଅନ୍ୟପଟେ ଏହା ପୂର୍ବରୁ ଯେଉଁମାନେ ସିକ୍ୟୁରିଟି ଗାର୍ଡ ଚାକିରି କରୁଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ ଥିବା ଜରୁରୀ।

ଏଥିପାଇଁ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଓ EWS ବର୍ଗର ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଫିସ୍ ଦେବାକୁ ପଡ଼ିବ। ଅନ୍ୟପଟେ OBC ଓ SC ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ସେହିପରି ମହିଳା ପ୍ରାର୍ଥୀଙ୍କୁ ମଧ୍ୟ କୌଣସି ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ।

ଏମିତି କରନ୍ତୁ ଆବେଦନ:

  • ପ୍ରଥମେ ଫୁଡ କର୍ପୋରେସନ ଅଫ ଇଣ୍ଡିଆ, ହରିୟାଣାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ହୋମ ପେଜରେ Register Here ଉପରେ କ୍ଲିକ କରି ରେଜିଷ୍ଟ୍ରେସନ କରନ୍ତୁ।
  • ଏହା ପରେ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରନ୍ତୁ।
  • ଏବେ ନିଜର ଜରୁରୀ ଡିଟେଲସ ଭରନ୍ତୁ ଓ ସବମିଟ୍ କରନ୍ତୁ।
  • ପୂରଣ କରିଥିବା ଫର୍ମର ପ୍ରିଣ୍ଟ ଆଉଟ୍ ବାହାର କରିନିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.