Below header

ଡିଏମଆରସିର ଐତିହାସିକ ପଦକ୍ଷପ, ପ୍ରଥମ ଥର ପାଇଁ ସୌର ଶକ୍ତି ସାହାଯ୍ୟରେ ଚାଲିଲା ମେଟ୍ରୋ

ଦିଲ୍ଲୀ ମେଟ୍ରୋ କର୍ପୋରେସନ ଗତକାଲି ଅର୍ଥାତ୍ ଗୁରୁବାର ଦିନ ପ୍ରଥମ ଥର ସୌର ଶକ୍ତି ସାହାଯ୍ୟରେ ମେଟ୍ରୋ ଚାଲିବାର ଇତିହାସ ରଚିଛି। ମଧ୍ୟ ପ୍ରଦେଶର ରୀୱା ସୌର ଶକ୍ତି କାରଖାନାରୁ ବିଜୁଳି ନେଇ କାଶ୍ମିରୀ ଗେଟ୍ ଠାରୁ ଫରିଦାବାଦ ଯାଉଥିବା ୱାୟଲେଟ ଲାଇନରେ ଟ୍ରେନର ପରିଚାଳନା କରାଯାଇଛି। ଏହି ଟ୍ରେନ ଜବାହାର ଲାଲ ନେହେରୁ ଷ୍ଟାଡିୟମ ମେଟ୍ରୋ ଷ୍ଟେସନ ଠାରୁ କେନ୍ଦ୍ରୀୟ ସଚିବାଳାୟ ମଧ୍ୟରେ ପରିଚାଳନା କରାଯାଇଛି।

ମେଟ୍ରୋ ପ୍ରବନ୍ଧକଙ୍କ କହିବା ଅନୁଯାୟୀ, ରୀୱା କାରଖାନାରୁ ୨୦୧୭ରେ ପ୍ରତ୍ୟେକ ବର୍ଷ ୩୪୫ ୟୁନିଟ ବିଜୁଳି କିଣିବାର ଡିଲ୍ ହୋଇଥିଲା। ଡିଏମଆରସିକୁ ପ୍ରଥମ ବର୍ଷରେ ୟୁନିଟ ପ୍ରତି ୨.୯୭ ଟଙ୍କା ଦେବାକୁ ପଡ଼ିଥିଲା। କିନ୍ତୁ ଏହାପରେ ୟୁନିଟ ପ୍ରତି ୩.୩୦ ଟଙ୍କା ମୂଲ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ ବିଜୁଳି ମିଳିବ।

ଡିଏମଆରସିକୁ ଗତ ଗୁରୁବାର ଦିନ ୨୭ ମେଗାୱାଟ ବିଜୁଳି ମିଳିଥିଲା । କିନ୍ତୁ ଏହାକୁ ଧୀରେ ଧୀରେ ୯୯ ମେଗାୱାଟ ବିଜୁଳି ମିଳିବ। ରିପୋର୍ଟ ଅନୁଯାୟୀ ଦିଲ୍ଲୀ ମେଟ୍ରୋ ପରିଚାଳନାରେ ୨୦୧୮ ରୁ ୨୦୧୯ ବର୍ଷ ମଧ୍ୟରେ ସମୁଦାୟ ୧୦୯୨ ୟୁନିଟ ବିଜୁଳିର ଆବଶ୍ୟକତା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.