Below header

ପୁଣି ଥରେ flipkartର ଫେଷ୍ଟିଭ ମୋବାଇଲ ସେଲ , ଅତି କମ ଦାମରେ କିଣି ପାରିବେ ସ୍ମାର୍ଟ ଫୋନ

ଇ କମର୍ସ ସାଇଟ ପ୍ଳିପ କାର୍ଟ ପୁଣି ଆଉଥରେ ମୋବାଇଲ ଫେଷ୍ଟିଭ ସେଲ ଆରମ୍ଭ କରିଛି । ଏଥିପାଇଁ ସମୟ ସୀମା ଅକ୍ଟୋବରରୁ ୩୦ ଅକ୍ଟୋବରରୁ ୩୧  ପର୍ଯ୍ୟନ୍ତ ରଖା ଯାଇଛି । ଏହି ସମୟ ଭିତରେ ଗ୍ରାହକ ମାନେ ମୋବାଇଲ ଫୋନ କିଣିବା ସମୟରେ ବିଶେଷ ରିହାତି ପାଇପାରିବେ । ଏହା ପୂର୍ବରୁ ବି କମ୍ପାନୀ ତରଫରୁ ଦଶହରା ଓ ଦୀପାବଳି ସମୟରେ ସମୟରେ ବିଭିନ୍ନ ଆକର୍ଷଣୀୟ ଅଫର ମାନ ଛଡା ଯାଇଥିଲା । ଆମେ ଆପଣଙ୍କ ନିକଟକୁ କିଛି ସ୍ମାର୍ଟ ଫୋନର ଲିଷ୍ଟ ଦେଉଛୁ । ଯେଉଁ ଗୁଡିକରେ ଆପଣ ଆକର୍ଷଣୀୟ ଅଫର ମାନ ପାଇପାରିବେ ।

 

realme

Realme 5:

ଗ୍ରାହକ ଫ୍ଲିପ କାର୍ଟ ମାଧ୍ୟମରେ ଏହି ସ୍ମାର୍ଟ ଫୋନକୁ ୮,୯୯୯ ଟଙ୍କାରେ ପାଇପାରିବେ । ଏହି ଫୋନର ପ୍ରକୃତ ମୂଲ୍ୟ ୧୦,୯୯୯ ଟଙ୍କା । ଏହା ସହ ଗ୍ରାହକ ମାନଙ୍କୁ ୯୦୦ ଟଙ୍କାର ରିହାତି ପାଇପାରିବେ । ଫିଚର୍ସରେ ଏଥିରେ ୬.୫ ଇଞ୍ଚ ଏଚଡ଼ି ପ୍ଲସ ମିନିଡ୍ରପ ଡ଼ିସପ୍ଲେ ସୁବିଧା ଅଛି । ଏଥିରେ ଗରିଲା ଗ୍ଲାସ ପ୍ରୋଟେକ୍ସନ ଦିଆଯାଇଛି । ସିକୁରିଟି ପାଇଁ ଏଥିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି

samsung

Samsung a50: 

ଗ୍ରାହକ ମାନେ ଫ୍ଲିପ କାର୍ଟ ଜରିଆରେ ୨୦,୦୦୦ ବଦଳରେ ୧୬,୯୯୯ ଟଙ୍କା ଦେଇ କିଣି ପାରିବେ । ଏଥିରେ ଗ୍ରାହକ ମାନେ ୩,୦୦୦ ଟଙ୍କାର ରିହାତି ପାଇପାରିବେ । ଗ୍ରାହକ ମାନେ ପ୍ରି ବୁକ କଲେ ୨ ହଜାର ଟଙ୍କାର ରିହାତି ପାଇପାରିବେ । ଏହି ଫୋନରେ ୬.୪ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ସୁପର ଏମରେଲାଡ଼ ବଟରଡ୍ରପ ସୁବିଧା ମିଳିପାରିବ ।

redme

Redmi 8:

ଗ୍ରାହକ ଏହି ଫୋନକୁ ଅଫର ଜରିଆରେ ମାତ୍ର ୭,୯୯୯ ଟଙ୍କାରେ କିଣି ପାରିବେ । କମ୍ପାନୀ ଏହି ଫୋନକୁ ଭାରତୀୟ ବଜାରରେ ୧୦,୯୯୦ ଟଙ୍କାରେ ପ୍ରବେଶ କରାଇଥିଲା । କମ୍ପାନୀ ଏହି ଫୋନରେ ୬.୨ ଇଞ୍ଚର ଡଟ ନଟ ଏଚଡ଼ି ସୁବିଧା ଦେଇଛି । ଏହା ସହ ସ୍କ୍ରିନର ସୁରକ୍ଷା ପାଇଁ ଗରିଲା ଗ୍ଲାସ ପ୍ରୋଟେକ୍ସନ ଦିଆଯାଇଛି ।

ଏହା ସହ ପଢନ୍ତୁ: BSNLର ଏହି ନୂତନ ପ୍ଲାନ୍‌ରେ ୨୦୦ ଜିବି ଡାଟାର ଲାଭ ଉଠାଇପାରିବେ ଗ୍ରାହକ

iphone 7: 

ଫ୍ଲିପ କାର୍ଟ ସେଲ ଜରିଆରେ ଏହି ଫୋନରେ ମଧ୍ୟ ରିହାତି ଦିଆଯାଇଛି । ଗ୍ରାହକ ମାନେ ୨୬,୯୯୯ ଟଙ୍କାରେ ଏ ହିଁ ଫୋନକୁ କିଣି ପାରିବେ । କିନ୍ତୁ ଏହି ଫୋନର ପ୍ରକୃତ ମୂଲ୍ୟ ୨୯,୯୯୦ ଟଙ୍କା । ୟୁଜର୍ସ ମାନେ ଏଥିରେ ଏଚଡ଼ି ଡ଼ିସ୍ପ୍ଲେ ଓ ସାନଦର କ୍ୟାମେରା ସୁବିଧା ଅଛି ।

moto

Moto e6s:

ମୋଟରୋଲା କମ୍ପାନୀ ଗତ ମାସ ହିଁ ଏହି ଫୋନକୁ ବଜାର ପ୍ରବେଶ କରାଇଥିଲା । ଏହି ଫୋନକୁ ଫ୍ଲିପ କାର୍ଟ ଜରିଆରେ ମାତ୍ର ୭,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନର ପ୍ରକୃତ ମୂଲ୍ୟ ୯,୯୯୯ ଟଙ୍କା । ଏହି ଫୋନରେ ୬.୧ ଇଞ୍ଚର ଡ଼ିସପ୍ଲେର ସୁବିଧା ମିଳିବ । ଏଥିରେ 720×1560 ପିକସଲ କ୍ୟାମେରାର ସୁବିଧା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.