ନୋଟ୍‌ ପରେ ଏବେ ସୁନା ଉପରେ ମୋଦି ସରକାରଙ୍କ ନଜର, ଆସୁଛି ଏହି ନୂଆ ସ୍କିମ୍‌

କଳାଧନ ରୋକିବା ପାଇଁ ମୋଦି ସରକାର ଏବେ ବିଭିନ୍ନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ୫୦୦ ଓ ୨୦୦୦ ଟଙ୍କା ନୋଟ୍‌ ପ୍ରଚଳନ ଭଳି ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ସରକାର ଏବେ ପୁଣି ଥରେ ଆଉ ଏକ ବୃହତ୍‌ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ, ସରକାର ଏବେ ଲୋକଙ୍କ ସୁନା ଉପରେ ଆଖି ପକାଇଛନ୍ତି। ନୋଟବନ୍ଦୀ ବେଳେ ଲୋକମାନେ ନିଜ କଳାଧନର ଉପଯୋଗ ସୁନା କିଣିବାରେ କରିଥିବା ସନ୍ଦେହ ହେବା ପରେ ମୋଦି ସରକାର ଏବେ ଲୋକଙ୍କ ସୁନା ଉପରେ ନଜର ପକାଇଛନ୍ତି। ଏବେ ସରକାର କଳାଧନରେ କିଣାଯାଇଥିବା ସୁନାକୁ ଲୋକଲୋଚନକୁ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ନୂଆ ସ୍କିମ୍‌ ଆସିବାକୁ ଯାଉଛି।

ସରକାର ଆୟକର ଶୁଳ୍କର ଏମ୍‌ନେଷ୍ଟି ସ୍କିମ୍‌ ଭଳି ସୁନା ପାଇଁ ମଧ୍ୟ ଏମ୍‌ନେଷ୍ଟି ସ୍କିମ୍‌ ଲାଗୁ କରିବାକୁ ଯାଉଥିବା ଜଣାଯାଇଛି। ଏହି ସ୍କିମ୍‌ର ନିୟମାନୁସାରେ, ବିନା କାଗଜପତ୍ରରେ ମାତ୍ରାଧିକ ସୁନା ରଖୁଥିବା ବ୍ୟକ୍ତିକୁ ଏବେ ସୂଚନା ଦେବାକୁ ପଡ଼ିବ। କେତେ ଟଙ୍କାରେ ସେମାନେ ସୁନା କିଣିଛନ୍ତି, ସେ ବିଷୟରେ ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। ଏଥିସହ ଏମ୍‌ନେଷ୍ଟି ସ୍କିମ୍‌ ଅନୁସାରେ ସୁନାର ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଭ୍ୟଲୁଏସନ୍‌ ସେଣ୍ଟରରୁ ସାର୍ଟିଫିକେଟ୍‌ ନେବା ଆବଶ୍ୟକ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଛି ବାୟୁ ପ୍ରଦୂଷଣ, ଏବେ ସ୍କୁଲରେ ମାସ୍କ ବାଣ୍ଟିବେ ସରକାର

ଏହି ନିୟମ ମାତ୍ର କିଛି ଦିନ ପାଇଁ ଲାଗୁ ହେବା ପରେ ବନ୍ଦ ହୋଇଯିବ। ସେହି ସୀମିତ ସମୟ ମଧ୍ୟରେ କୌଣସି ବ୍ୟକ୍ତି ଅଧିକ ସୁନା କିଣିବା ଉପରେ ସାର୍ଟିଫିକେଟ୍‌ ନ ନେଲେ, ପରେ ଧରାପଡ଼ିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.