Below header

ଆସନ୍ତା ମାସ ଠାରୁ ଟ୍ବିଟର୍ ରେ ରାଜନୈତିକ ବିଜ୍ଞାପନ ବନ୍ଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଟ୍ବିଟର୍ ରେ ରାଜନୈତିକ ବିଜ୍ଞାପନ ବନ୍ଦ। ନିଜର ପ୍ଲାଟ୍‌ଫର୍ମରେ ଟ୍ବିଟର୍ ସମସ୍ତ ପ୍ରକାରର ରାଜନୈତିକ ବିଜ୍ଞାପନ ବନ୍ଦ କରିବ ବୋଲି କହିଛନ୍ତି କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ଡେମୋକ୍ରାଟ୍ ଦଳ ସ୍ୱାଗତ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତୀୟ ପ୍ରଚାର ଅଭିଯାନ ନାପସନ୍ଦ କରିଛି। ଟ୍ବିଟର୍ ସିଇଓ ଜ୍ୟାକ୍ ଡୋର୍‌ସେ କହିଛନ୍ତି କି, ବିଶ୍ୱବ୍ୟାପୀ ଆମେ ଟ୍ବିଟର୍ ରେ ରାଜନୈତିକ ବିଜ୍ଞାପନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଆମର ବିଶ୍ୱାସ ରାଜନୈତିକ ବାର୍ତ୍ତା ରିଚ୍ କରାଇବା ଉପାର୍ଜନ କରାଯାଏ, କିଣାଯାଏ ନାହିଁ।

jack

ଡୋର୍‌ସେ ଟ୍ବିଟ କରି ଲେଖିଛନ୍ତି କି,ଲୋକେ କୌଣସି ପ୍ରସଙ୍ଗ ଉପରେ ପୁନଃଟ୍ବିଟ କଲେ ଯାଇ ଗୋଟାଏ ରାଜନୈତିକ ବାର୍ତ୍ତା ରିଚ୍ ଅର୍ଜନ କରେ। ନିର୍ଦ୍ଦିଷ୍ଟ ରାଜନୈତିକ ଅଭିସନ୍ଧିମୂଳକ ବାର୍ତ୍ତା ଲୋକମାନଙ୍କ ଉପରେ ଲଦି ଦେବା ଲାଗି ରିଚ୍ ପାଇଁ ଦେୟ ଦେଲେ ସେମାନଙ୍କ ନିଷ୍ପତ୍ତି ହଟିଯାଏ। ଆମର ବିଶ୍ୱାସ ଏ ନିଷ୍ପତ୍ତିକୁ ଆମେ ଅର୍ଥ ନିମନ୍ତେ ସାଲିସ୍ କରିବୁ ନାହିଁ। ଏହା ରାଜନୀତି କ୍ଷେତ୍ରରେ ବଡ଼ ବିପତ୍ତି ଆଣିପାରେ ଏବଂ  ଲୋକଙ୍କୁ ଭୋଟ୍ ପାଇଁ ପ୍ରଭାବିତ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.