Below header

ରେସ୍ତୋରାଁ ଷ୍ଟାଇଲରେ ବନାନ୍ତୁ ‘ହାଣ୍ଡି ପନୀର’, ସ୍ୱାଦ ଏମିତି ଆଉ ଥରେ ଖାଇବାକୁ ଚାହିଁବେ

ଭେଜିଟେରୀୟାନ ଭୋଜନରେ ଯେତେବେଳେ ବି କିଛି ସ୍ପେଶାଲ ବନାଇବାର ଥାଏ ତେବେ ସେଥିରେ ପନୀରରକୁ ନିଶ୍ଚୟ ସାମିଲ କରାଯାଏ। କେବଳ ଏତିକି ନୁହେଁ ଆମେ ଯେତେବେଳେ ବି କୌଣସି ରେସ୍ତୋରାଁକୁ ଯାନ୍ତି ସେଠି ନିଶ୍ଚୟ ପନୀର ଡିସ୍ ଅର୍ଡର ଦେଇଥାନ୍ତି। ଯଦି ରେସ୍ତୋରାଁ ଭଳି ସ୍ୱାଦ ଘରେ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଡିସକୁ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ। ଆଜି ଆମେ ଆପଣଙ୍କୁ ‘ହାଣ୍ଡି ପନୀର’ ରେସିପି ବନାଇବାର ଉପାୟ ଜଣାଇବାକୁ ଯାଉଛୁ।

ଆବଶ୍ୟକୀୟ ସାମଗ୍ରୀ

ପନୀର – ୨୦୦ ଗ୍ରାମ

ଅଦା – ଅଳ୍ପ (ବଟା ହୋଇଥିବା)

ହଳଦି – ୧/୨ ଚାମଚ

ଲାଲ ଲଙ୍କା ପାଉଡର – ୧/୨ ଚାମଚ

ଗରମ ମସଲା – ୧/୨ ଛୋଟ ଚାମଚ

ଟମାଟୋ – ୧ଟା

କଳାମରୀଚ – ଚିମୁଟାଏ

ପିଆଜ – ୩ଟା ଛୋଟ କଟା ହୋଇଥିବା

ଦହି – ୧/୨ କପ୍‌

ଧନିଆ ପତ୍ର – କଟା ହୋଇଥିବା

ପାଣି – ୧/୨ କପ୍‌

ତେଲ – ଆବଶ୍ୟକ ଅନୁସାରେ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ହାଣ୍ଡିକୁ ଆଞ୍ଚରେ ରଖନ୍ତୁ ଏବଂ ଏଥିରେ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ଛୋଟ କଟା ହୋଇଥିବା ପିଆଜ ପକାଇ ଭାଜନ୍ତୁ। ଏହାପରେ ଏଥିରେ ଅଦା, ହଳଦ ପାଉଡର, ଲାଲ ଲଙ୍କା ପାଉଡର ଏବଂ ଗରମ ମସଲା ପକାଇ ଦଅନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ଟମାଟୋ, କଞ୍ଚା ଲଙ୍କା ପାଉଡର ପକାଇ ଭାଜନ୍ତୁ। ଏହାପରେ ଏଥିରେ ଦହି ପକାନ୍ତୁ ଏବଂ ମସଲା ହୋଇଗଲା ପରେ ଏଥିରେ ଲୁଣ ଏବଂ ପାଣି ମିଶାଇ ଫୁଟାନ୍ତୁ। ଏବେ ଏଥିରେ ପନୀର ମିକ୍ସ କରି ଧନିଆ ପତ୍ର ପକାନ୍ତୁ। ଏବେ ଏଥିରେ କଳାମରୀଚ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ହାଣ୍ଡି ପନୀର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.