Below header

SBI ଗ୍ରାହକ ଧ୍ୟାନ ଦିଅନ୍ତୁ , ୩୦ ନଭେମ୍ବରରୁ ବନ୍ଦ ହୋଇଯିବ ଏହି ସେବା

ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ୩୦ ନଭେମ୍ବର ପରେ ନିଜର ଏକ ସେବା ବନ୍ଦ କରିବାକୁ ଯାଉଛି ବ୍ଯାଙ୍କ୍ । ନିଜର ଖାସ୍ ୱାଲେଟ୍ SBI Buddy କୁ ବନ୍ଦ କରିବାକୁ ଯାଉଛି ଏସବିଆଇ । ଯଦି ଆପଣଙ୍କର ଏହି ମୋବାଇଲ୍ ୱାଲେଟରେ ଟଙ୍କା ଅଛି ତେବେ ତୁରନ୍ତ ବାହାର କରିଦିଅନ୍ତୁ । ନିଜ ଗ୍ରାହକଙ୍କ ମାନଙ୍କୁ ଏନେଇ ସୂଚନା ଦେଇସାରିଲାଣି ଏସବିଆଇ । ତେବେ ଏଯାଏ ଜଣାପଡିନାହିଁ ଯେଉଁମାନଙ୍କ ୱଲେଟରେ ବାଲାନ୍ସ ଅଛି ତାହା ବନ୍ଦ ହେବ କି ନାହିଁ ।

ବ୍ଯାଙ୍କ୍ ନିଜ ୱେବସାଇଟ୍ ମାଧ୍ୟମରେ ଗ୍ରାହକଙ୍କୂ ସୂଚିତ କରିଛି ଯେ ୩୦ ନଭେମ୍ବର ପରେ ଠପ୍ ହୋଇଯିବ SBI Buddy ।

୨୦୧୫ ରେ ୧୩ ଟି ଭାଷାରେ SBI Buddy ଲଂଚ୍ କରିଥିଲା ଏସବିଆଇ । ଏଥିରେ ମାଷ୍ଟରକାର୍ଡ ସର୍ଭିସ୍ ପ୍ରୋଭାଇଡର୍ ଏବଂ Accenture ଥିଲା ଟେକନିକ୍ ପାର୍ଟନର୍ । ୨୦୧୭ ପର୍ଯ୍ଯନ୍ତ ଏସବିଆଇ ୱାଲେଟର ୧୨.୫୦୫ ମିଲିୟନ୍ ରେଜିଷ୍ଟରର୍ଡ ୟୁଜର ହୋଇଥିଲେ । ଏସବିଆଇ ପୂର୍ବରୁ  ଏଚଡିଏଫସି  ପେଜପେ ଏବଂ ଆଇସିଆଇସିଆଇ ପକେଟ୍ ନାମରେ ନିଜର ମୋବାଇଲ୍ ୱାଲେଟ୍ ଲଂଚ୍ କରି ସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.