ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଡିଏ ଡିଲିଙ୍ଗ କ୍ଲର୍କ, ଘର ଆପ୍ରୁଭାଲ ପାଇଁ ନେଉଥିଲେ ୧୨ ହଜାର

ବ୍ରହ୍ମପୁର(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡେଭଲପମେଣ୍ଟ ଅଥରିଟିର ଡିଲିଙ୍ଗ କ୍ଲର୍କ ସି.ଏଚ୍. ବାଣିଶ୍ରୀ । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅନୀସ୍ ବେଗ୍ ନାମକ ଜଣେ ମହିଳାଙ୍କ ଘରର ପ୍ଲାନ୍ ଆପ୍ରୁଭାଲ ସଂକ୍ରାନ୍ତ ଫାଇଲ୍ ପ୍ରୋସେସିଂ ପାଇଁ ୧୨ ହଜାର ଟଙ୍କା ଦାବି କରିଥିଲେ ।
ମହିଳା ଜଣଙ୍କ ଏନେଇ ଭିଜିଲାନ୍ସ ଏସ୍ପିଙ୍କୁ ଜଣାଇଥିଲେ । ବିଡିଏ କାର୍ଯ୍ଯାଳୟରେ ଟଙ୍କା ନେଇ ନିଜ ବ୍ୟାଗ୍ରେ ରଖିଥିଲେ ବାଣିଣ୍ରୀ । ଏହି ସମୟରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏହା ପରେ ବ୍ରହ୍ମପୁରରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।