Below header

ଦେଶର ଅର୍ଥ ବ୍ୟବସ୍ଥା ପାଇଁ ପୁଣି ବଢିଲା ଚିନ୍ତା, କମିଲା ଦେଶର ଅଭିବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଚିନ୍ତା ବଢିଲା। ପୁଣି କମିଲା ଦେଶର ଅଭିବୃଦ୍ଧି। ଛଅ ବର୍ଷରେ ସବୁଠୁ କମ୍‌। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ହାର ରହିଛି ୪ ଦଶମିକ ୫ ପ୍ରତିଶତ। ତିନି ମାସ ଭିତରେ ଜିଡିପି ଖସିଛି ଦଶମିକ ପାଞ୍ଚ ପ୍ରତିଶତ। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରେ ଦେଶର ଅଭିବୃଦ୍ଧି ହାର ଥିଲା ୫ ପ୍ରତିଶତ। ମାନ୍ଦାବସ୍ଥା ଭିତରେ ଅଭିବୃଦ୍ଧି ହ୍ରାସ ଶିଳ୍ପ ଜଗତ ଓ ସରକାରଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ପୂର୍ବରୁ ମାର୍ଚ୍ଚ ୨୦୧୩ ତ୍ରୈମାସିକରେ ଦେଶର ଜିଡିପି ହାର ଏହି ସ୍ତରରେ ଥିଲା। ୨୦୧୮ ଅପ୍ରେଲରୁ ଲଗାତାର ଷଷ୍ଠ ତ୍ରୈମାସିକରେ ଦେଶର ଜିଡିପିରେ ହ୍ରାସ ପରିଲକ୍ଷିକ ହୋଇଛି। ୨୦୧୮ ପ୍ରଥମ କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ଥିଲା ୮ ପ୍ରତିଶତ। ୨୦୧୮ରେ ଜୁଲାଇରୁ ଡିସେମ୍ବର କ୍ୱାର୍ଟରରେ ଅଭିବୃଦ୍ଧି ୭ ପ୍ରତିଶତକୁ ଖସିଥିବା ବେଳେ ତୃତୀୟ କ୍ୱାର୍ଟରରେ ୬ ଦଶମିକ ୬ ପ୍ରତିଶତ ହୋଇଥିଲା। ୨୦୧୯ ଜାନୁଆରୀରୁ ମାର୍ଚ୍ଚରେ ଅଭିବୃଦ୍ଧି ୫ ଦଶମିକ ୮ ପ୍ରତିଶତ ଥିବା ବେଳେ ଏପ୍ରିଲରୁ ମାର୍ଚ୍ଚ କ୍ୱାର୍ଟରରେ ଖସିଥିଲା ୫ ପ୍ରତିଶତକୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.