Below header

ଆସନ୍ତାକାଲି ଝାଡ଼ଖଣ୍ଡ ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଭାଗ୍ୟ ପରୀକ୍ଷା ହେବ ୧୭୯ ପ୍ରାର୍ଥୀଙ୍କର

ରାଞ୍ଚି : ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ କାଲି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ କରାଯିବ । ଏହି ୧୩ଟି ଆସନ ପାଇଁ ୧୭୯ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର୍‌ । ଏମାନଙ୍କ ମଧ୍ୟରେ ମହିଳା ଭୋଟର ଅଛନ୍ତି ୧୮ ଲକ୍ଷ ୧ ହଜାର ୩୫୬ । ଏଥିରେ ଥିବା ନୂଆ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୫ ହଜାର ୮୨୨ । ପ୍ରଥମ ପର୍ଯ୍ୟାୟର ମୋଟ୍‌ ୧୩ଟି ଆସନ ମଧ୍ୟରୁ ସର୍ବାଧିକ ଭୋଟର ଅଛନ୍ତି ଭବନାଥପୁରରେ । ଏଠାରେ ଭୋଟର ସଂଖ୍ୟା ୩ ଲକ୍ଷ ୭୮ ହଜାର ।

JHARKHAND ELECTION-2ମୋଟ୍‌ ୫ଟି ପର୍ଯ୍ୟାୟରେ ଏଠାରେ ଭୋଟ୍‌ ଗ୍ରହଣ ହେବ । ପରବର୍ତ୍ତୀ ମତଦାନ ଡିସେମ୍ବର ୭, ୧୨, ୧୬ ଓ ୨୦ ତାରିଖରେ କରାଯିବ । ଡିସେମ୍ବର ୨୩ରେ ଘୋଷଣା ହେବ ଫଳାଫଳ । ଆସନ୍ତାକାଲିର ଭୋଟ୍‌ ଗ୍ରହଣ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ଠାରୁ ଆରମ୍ଭ କରି ଭୋଟ୍‌ ଦାତାଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଥର ଝାଡ଼ଖଣ୍ଡ ନିର୍ବାଚନ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ମହରାଷ୍ଟ୍ରରେ ସରକାର ଗଢ଼ିବାକୁ ଅସମର୍ଥ ହେବା ପରେ ଏଠାରେ କ୍ଷମତା ବଜାୟ ରଖି ପାରୁଛି କି ନାହିଁ ତା ଉପରେ ସାରା ଦେଶର ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.