ରାସ୍ତାରେ ନୁହେଁ ଘରକୁ ଯାଇ ଟ୍ରାଫିକ ପୋଲିସ କାଟିଲେ ୧୪,୫୦୦ ଟଙ୍କାର ଚାଲାଣ

ଗଲା କିଛି ଦିନ ହେବ ସାରା ଦେଶରେ ଟ୍ରାଫିକ ନିୟମ ପାଳନ ନେଇ ଖୁବ ଧରପଗଡ଼ ଚାଲିଛି । ଏଥିରୁ ବା ଚଣ୍ଡୀଗଡ଼ ବାଦ ଯାଇଥାନ୍ତା କିପରି । ନିକଟରେ ଚଣ୍ଡୀଗଡ଼ ପୋଲିସ ଜଣେ ମୋଟର ଚାଳକ ମାଲିକଙ୍କ ଉପରେ ହଜାରେ କି ଦୁଇ ହଜାର ନୁହେଁ ବରଂ ୧୪,୫୦୦ ଟଙ୍କାର ଏକ ଚାଲାଣ କାଟିଛନ୍ତି । ଖାଲି ଏତିକି ନୁହେଁ ପୋଲିସ ଅଧିକାରୀ ଜଣକ ତନାଘନା କରି ଆରୋପିଙ୍କ ଘରକୁ ଯାଇ ତାଙ୍କ ନାଁରେ ଚାଲାଣ କାଟିଛନ୍ତି । ପ୍ରକୃତରେ ଏହି ଘଟଣା ଟିର ଆରମ୍ଭ ହୋଇଥିଲା ଏହିପରି । ଚଣ୍ଡୀଗଡ଼ ସେକ୍ଟର ୨୫ ନିବାସୀ ବିକ୍ରାନ୍ତ ନାମକ ଜଣେ ବ୍ୟକ୍ତି ନିଜ ବାଇକ ପଛପଟେ ଦୁଇ ସାଙ୍ଗଙ୍କୁ ବସାଇ ଯାଉଥିଲେ । କିନ୍ତୁ ବାଟରେ ଏକ ଟ୍ରାଫିକ ଛକ ପଡିବାରୁ ଟ୍ରାଫିକ ପୋଲିସ ସେମାନଙ୍କୁ ଡିଭାଇଡିଙ୍ଗ ରୋଡ଼ରେ ଅଟକିବା ପାଇଁ ଇସାରା କରିଥିଲେ ।

କିନ୍ତୁ ବିକ୍ରାନ୍ତ ପୋଲିସ କର୍ମୀଙ୍କ ଇସାରାକୁ ଖାତିର ନ କରି ନିଜ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ । ଏମିତିକି କିଛି ବାଟ ଗଲା ପରେ ସେ ପୁଣି ଫେରିକି ଆସିଥିଲେ ଓ ସେଠାରେ ଛିଡା ହୋଇଥିବା ଟ୍ରାଫିକ ପୋଲିସ ମାନଙ୍କର ମଜାକ ଉଡ଼େଇଥିଲେ । ଟ୍ରାଫିକ ପୋଲିସ ସେହି ଘଟଣା ଟିକୁ ସେହିଠାରେ ନ ଅଟକାଇ ଏହାର ତନାଘନା ଆରମ୍ଭ କରି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ୨ ଜଣ ଯାତ୍ରୀ ଏହି ମୋଟର ଚାଳକ ମାନଙ୍କର ଫୋଟୋ ଉଠାଇଦେଇଥିଲେ । ଯାହାକି ପୋଲିସ ପାଇଁ ଏକ ମୁଖ୍ୟ ସୁରାକ ପାଲଟି ଯାଇଥିଲା । ସେହି ଫୋଟୋ ସହାୟତାରେ ପୋଲିସ ଗାଡି ନମ୍ବର ବିଷୟରେ ଜାଣି ଗାଡି ମାଲିକଙ୍କ ବିଷୟରେ ସନ୍ଧାନ ନେଇଥିଲେ । ପରେ ବହୁ ପଚରା ଉଚୁରା କରି ବିକ୍ରାନ୍ତଙ୍କ ପାଖରେ ଯାଇ ପହଞ୍ଚିଥିଲେ ।

ଏହା ସହ ପଢନ୍ତୁ: ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କଲା ରିକ୍ସାଵାଲାଙ୍କ ଅନ୍ଦାଜ, ତାଙ୍କ ପାଇଁ ଏପରି କଲେ ଯୋଜନା

ପୋଲିସ ବିକ୍ରମ ବିରୋଧରେ ଉପହାସ କରିବା, ଟ୍ରିପଲ ରାଇଡିଙ୍ଗ କରିବା, ବିନା ହେଲ୍ମେଟରେ ଗାଡି ଚଳାଇବା,ଟ୍ରାଫିକ ନିୟମର ଉଲଂଘନ କରିବା, ଭୁଲ ରାସ୍ତାରେ ଗାଡି ଚଲାଇବା, ଭୟଙ୍କର ଗାଡି ଚଳାଇବା ପରି ଅଭିଯୋଗ ମାନ ଲଗାଇ ବିକ୍ରାନ୍ତଙ୍କ ନାଁରେ ସମୁଦାୟ ୧୪,୫୦୦ ଟଙ୍କାର ଏକ ଚାଲାଣ କାଟିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ପୋଲିସ ବିକ୍ରାନ୍ତଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ବିରୋଧରେ କୌଣସି ଚାଲାଣ କାଟିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.