ନୂଆବର୍ଷରେ ଭୁବନେଶ୍ୱରରେ ବଢିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ

ବିଦାୟ ନେଇଛି ୨୦୨୨, ଆଉ ୨୦୨୩ ପ୍ରବେଶ କରିଛି। ତେବେ ପ୍ରତିଦିନ ଭଳି ସୁନା ଓ ରୁପା ଦାମରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଏଠାରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ଦାମ୍ । ଗତକାଲି ଭଳି ଆଜିର ସୁନା ଦର ସ୍ଥିର ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ୍ ପ୍ରତି ୫୦,୬୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦଶଗ୍ରାମ୍ ୫୫,୨୦୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୫୦,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୮୭୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୦,୬୦୦ ଟଙ୍କା ଓ ୫୫,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୭୫୦ ଟଙ୍କା ଓ ୫୫,୩୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୦,୬୦୦ ଟଙ୍କା ଓ ୫୫,୨୦୦ ଟଙ୍କା ରହିଛି । ସେହିପରି ଆଜି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.