Below header

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ସ୍ଥିର ରହିଛି ଦାମ

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଦିନକୁ ଦିନକୁ ଦିନ କମୁଛି ସୁନା ଦର। ଗତକାଲିର ଦର ଅନୁଯାୟୀ ଆଜି ସୁନା ଦାମ ସ୍ଥିର ରହିଛି। ଆଜି ଭାରତୀୟ ବଜାରରେ ଉଭୟ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୩,୬୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ଯ ୧୦ ଗ୍ରାମ ପ୍ରତି ୪୭,୧୯୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରରେ କଣ ଅଛି ସୁନା ଦାମ

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୧୩୦ ଟଙ୍କା ଓ ୪୬,୧୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୪୧୦ ଟଙ୍କା ଓ ୪୯,୪୪୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୩,୭୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୭,୭୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୫,୫୬୦ ଟଙ୍କା ଓ ୪୮,୩୧୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.