ସଂକ୍ରମଣକୁ ନେଇ ଆଶଙ୍କାରେ ସେବାୟତ, କରୋନାର ସେକେଣ୍ଡ ଷ୍ଟ୍ରେନ୍‌ ଆସିବା ପରେ ପୁଣି ବନ୍ଦ ହେବ କି ଜଗା ଦର୍ଶନ?

ପୁରୀ: ଶ୍ରୀମନ୍ଦିରର ଏସଓପିକୁ ଭିତରେ ଏବଂ ବାହାରେ ଠିକ୍‌ ଭାବେ ପାଳନ କରାଯାଉନାହିଁ । ଏପର୍ଯ୍ୟନ୍ତ ସେବାୟତଙ୍କୁ ଭ୍ୟାକ୍ସିନେସନ୍‌ କରାଯାଇ ନାହିଁ । ତେଣୁ କୋଭିଡ୍‌କୁ ନେଇ ସେବାୟତ ମାନେ ଆତଙ୍କିତ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଭକ୍ତ ଓ ସେବାୟତଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଯତ୍ନବାନ ହେବାକୁ ମତ ପ୍ରକାଶ ପାଇଛି ।

ଅନ୍ୟପଟେ ସେବାୟତ ମାନଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପରିଚାଳନା କମିଟିର ସଦସ୍ୟ । କରୋନାର ସେକେଣ୍ଡ ଷ୍ଟ୍ରେନ୍‌ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଣି ଜାରି ହେବ କି ନୂଆ ଏସଓପି ? ବନ୍ଦ ହେବ କି ଜଗା ଦର୍ଶନ ? ଏଭଳି ଆଶାଆଶଙ୍କାରେ ଭକ୍ତ ଓ ସେବାୟତ ଥଇବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସଜାଗ ରହିଥିବା କହିଛି । ଅଧିକରୁ ଅଧିକ କରୋନା ଟେଷ୍ଟିଂକୁ ନେଇ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.