ଇ୍ରସାଏଲ-ହମାସ୍ ଯୁଦ୍ଧ ଭିତରେ ସୁନା ବଜାରରେ ଲାଗିଛି ନିଆଁ, ୬୦ ହଜାର ପାର ହେବ ସୁନା ଦର

ସୁନା ବଜାର ଉପରେ ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ପଡ଼ିଛି । ଇ୍ରସାଏଲ-ହମାସ୍ ଯୁଦ୍ଧ ଭିତରେ ସୁନା ବଜାରରେ ନିଆଁ ଲାଗିଛି । ମନ ଥିଲେ ବି ସୁନା କିଣିବା ପାଇଁ ପଛଘୁଞ୍ଚା ହେଉଛନ୍ତି ଲୋକେ । ତେବେ ସୁନା ଦର କେତେ ଅଧିକ ହୋଇଛି ଆସନ୍ତୁ ଜାଣିବା ।

ପାର୍ବଣ ଋତୁ ପାଇଁ ଲୋକଙ୍କ ମନରେ ଉତ୍ସାହ ଭରି ଯାଇଛି । କିନ୍ତୁ ସୁନା କିଣିବା ପାଇଁ ପ୍ଲାନ କରିଥିବା ଲୋକଙ୍କ ମନରେ ବର୍ତ୍ତମାନ ଚିନ୍ତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । କାରଣ ସୁନା ଦରରେ ବର୍ତ୍ତମାନ ଲାଗିଛି ନିଆଁ । ଆଗକୁ ଦୁର୍ଗାପୂଜା ଓ ଦୀପାବଳି ପାଇଁ ଲୋକମାନେ କେତେ କଣ ପ୍ଲାନ କରିଥିଲେ । କିନ୍ତୁ ସୁନା ବଜାର ଉପରେ ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ପଡ଼ିଛି । ଇ୍ରସାଏଲ-ହମାସ୍ ଯୁଦ୍ଧ ଭିତରେ ସୁନା ବଜାରରେ ନିଆଁ ଲାଗିଛି । ମନ ଥିଲେ ବି ସୁନା କିଣିବା ପାଇଁ ପଛଘୁଞ୍ଚା ହେଉଛନ୍ତି ଲୋକେ । ତେବେ ସୁନା ଦର କେତେ ଅଧିକ ହୋଇଛି ଆସନ୍ତୁ ଜାଣିବା ।

୧୦ ଗ୍ରାମ୍ ପିଛା ସୁନା ଦର ୫୮ ହଜାର ଟଙ୍କା ପାର କରିଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁସାରେ, ସରାଫା ବଜାରରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦାମ ୧୭୨ ଟଙ୍କା ବଢି ୫୮ ହଜାର ୩୨ ଟଙ୍କା ହୋଇଛି । ୧୮ କ୍ୟାରେଟ ସୁନା ଦାମ୍ ୪୩ ହଜାର ୫୨୪ ଟଙ୍କା ହୋଇଛି । ଦୀପାବଳି ସୁଦ୍ଧା ସୁନାଦର ୬୦ ହଜାର ଛୁଇଁବା ଆଶଙ୍କା କରାଯାଉଛି । ଇ୍ରସାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ସୁନା ଦର ଆହୁରି ଅଧିକ ବଢିପାରେ । ସେହିଭଳି ରୂପା ଦାମରେ ମଧ୍ୟ ବୃଦ୍ଧି ଘଟିଛି । ରୂପା କିଲୋ ପିଛା ୧୨୭ ଟଙ୍କା ବୃଦ୍ଧି ହୋଇଛି । ୬୯ ହଜାର ୬୧୧ ଟଙ୍କାରେ ପହଞ୍ଚିଛି ରୂପା । ହମାସ ଓ ଇସ୍ରାଏଲ ଯୁଦ୍ଧ ଦ୍ବାରା ବଜାରରେ ସୃଷ୍ଟି ହୋଇଥିବା ଅନିଶ୍ଟିତତା କାରଣରୁ ଅନେକ ନିବେଶକ ଇକ୍ବିଟି ପରିବର୍ତ୍ତେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରିବେ ବୋଲି କୁହାଯାଉଛି । ଏଥିଯୋଗୁ ସୁନା ଚାହିଦା ଓ ମୂଲ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ତେବେ ଯୁଦ୍ଧ ହେଲେ ହିଁ ସୁନା ଦର କାହିଁକି ବଢ଼େ ଆପଣ ହୁଏତ ଜାଣି ନଥିବେ । ତେବେ ଯୁଦ୍ଧ ହେଲେ କିମ୍ବା ଆର୍ଥିକ ସଙ୍କଟ ଦେଖାଗଲେ ସୁନାର ଚାହିଦା ବଢ଼ିଯାଏ । ଯୁଦ୍ଧ ଏବଂ ଅର୍ଥିକ ସଙ୍କଟ ସମୟରେ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ଅପ୍ସନ ଭାବିଥାନ୍ତି । ଭାରତରେ ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଇସ୍ରାଏଲ ଏବଂ ହମାସ ଯୁଦ୍ଧ ସୁନାର ଦରକୁ ବଢ଼ାଇଛି ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସୁନା ଓ ରୂପା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତେଣୁ ପାର୍ବଣ ଋତୁରେ ସୁନା କିଣିବା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ । ଆଗାମୀ ସମୟରେ ସୁନା ୬୦ ହଜାର ପାର ହେବ ବୋଲି କୁହାଯାଉଛି । ଧନତେରସ ଭଳି ଦିନରେ ଲୋକମାନେ କିପରି ସୁନା କିଣିବେ ସେଥିପାଇଁ ଚିନ୍ତା ଘାରିଲାଣି । ତେବେ ସୁନା ଦର ଏପରି ଆକାଶ ଛୁଆଁ ହେବ ବୋଲି ଲୋକମାନେ ଆଶା କରି ନଥିଲେ । ଇସ୍ରାଏଲ ଏବଂ ହମାସ ଯୁଦ୍ଧର ପ୍ରଭାବରେ ଅନ୍ୟନ୍ୟ ଜିନିଷର ଦରଦାମ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.