ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା ଘଟଣା, ସିନ୍ ରିକ୍ରିଏସନ୍ କରିବ ହତ୍ୟାକରୀ ଡ୍ରାଇଭର

ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବ ପୋଲିସ୍ ।

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବ ପୋଲିସ୍ ।

ଗତକାଲି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠ ନଗରରେ ସୌଦାମିନୀ ରଥ ନାମକ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରଥିଲା ତାଙ୍କ ନିଜ ଡ୍ରାଇଭର ସୀମାଞ୍ଚଳ ସାହୁ । ଘରକୁ ଚୋରି କରିବାକୁ ଆସି ଧରାପଡ଼ିଯିବା ଭୟରେ ଡ୍ରାଇଭର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ମୃତ ସୌଦାମିନୀ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରିବା ପରେ ସେ ହିଁ ହତ୍ୟାକାରୀ ଥିବା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.