ଫେସବୁକରେ ଲାଇଭ୍ କରି ଜୀବନ ହାରିଲେ ଯୁବକ, ପାରିବାରିକ କଳହରୁ ଏପରି କରିଥିବା ସୂଚନା

ସୋସିଆଲ ମିଡିଆରେ ଲାଇଭ୍ କରି ଜୀବନ ହାରିଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ ଦୋକାନ କରି ଚଳୁଥିଲେ । ପାରିବାରିକ କଳହରୁ ସୁଜିତ୍ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଗୋପ (କେନ୍ୟୁଜ): ସୋସିଆଲ ମିଡିଆରେ ଲାଇଭ୍ କରି ଆତ୍ମହତ୍ୟା । ନିଜ ଦୋକାନ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ ଦୋକାନ କରି ଚଳୁଥିଲେ । ପାରିବାରିକ କଳହରୁ ସୁଜିତ୍ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ସୁଜିତ୍ ଆତ୍ମହତ୍ୟା ବେଳର ଦୃଶ୍ୟ ଫେସବୁକରେ ଲାଇଭ୍ କରିଥିଲେ । ଏହା ଦେଖିବା ପରେ ତାଙ୍କ ପରିବାର ଲୋକେ ପୋଲିସ୍ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ । ଖବର ପାଇ ଗୋପ ପୋଲିସ୍ ପହଞ୍ଚିବା ବେଳେକୁ ସୁଜିତଙ୍କ ମୃତ୍ୟୁ ହୋଇସାରିଥିଲା । ସୁଜିତଙ୍କ ନିକଟରୁ ପୋଲିସ୍ ଏକ ସୁଇସାଇଡ ନୋଟ ଜବତ କରିଛି । ଘଟଣା ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.