କାଠଗଣ୍ଡି ଭାବି ବସିବାକୁ ଯାଉଥିବା ବେଳେ ମତ୍ସଜୀବୀଙ୍କୁ ଆକ୍ରମଣ କଲା କୁମ୍ଭୀର

ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର କଲେ ମତ୍ସଜୀବୀ ।କୁମ୍ଭୀରର ଲମ୍ବ ୧୩ ଫୁଟ ହୋଇଥିବା ବେଳେ ଏହା ଘଡିଆଳି ପ୍ରଜାତିର କୁମ୍ଭୀର ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାଲେଶ୍ୱର (କେନ୍ୟୁଜ): ବିଶାଳକାୟ କୁମ୍ଭୀର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର କଲେ ମତ୍ସଜୀବୀ । ବନବିଭାଗକୁ ହସ୍ତାନ୍ତର କରିଛନ୍ତି ମତ୍ସ୍ଯଜିବୀ। ମୁରଲୀଚଡ ଦ୍ବୀପରେ ବିଶ୍ରାମ ନେବାବେଳେ କୁମ୍ଭୀରକୁ ଦେଖିଥିଲେ ମତ୍ସଜୀବୀ। କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସିବାକୁ ଯାଉଥିଲା ବେଳେ ହଠାତ କୁମ୍ଭୀରଟି ପାଟି ମେଲାଇ ମତ୍ସଜୀବୀଙ୍କୁ ଆକ୍ରମଣ କରିଥିଲା ।

ରଶି ସାହାଯ୍ୟରେ କୁମ୍ଭୀରଟିକୁ ମତ୍ସ୍ୟଜୀବୀ ମାନେ କାବୁ କରିଥିଲେ। ଭୋଗରାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି । କୁମ୍ଭୀରର ଲମ୍ବ ୧୩ ଫୁଟ ହୋଇଥିବା ବେଳେ ଏହା ଘଡିଆଳି ପ୍ରଜାତିର କୁମ୍ଭୀର ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.