Below header

ସୁନା କିଣିବାକୁ ଚାହୁଁଛନ୍ତିକି, ଜାଣି ରଖନ୍ତୁ ଆଜି କଣ ରହିଛି ଦର

ଲଗାତାର ଦ୍ଵିତୀୟ ଦିନ ପାଇଁ ଭାରତୀୟ ବଜାରରେ ସୁନା ଦରରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି ।  ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବଢି ୪୭,୦୦୦ ରୁ ୪୭,୦୨୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୬,୦୦୦ ଟଙ୍କାରୁ ୪୬,୦୧୦ ଟଙ୍କାରେ ପହଂଚିଛି ।  ଦେଶର କେତେକ ପ୍ରମୁଖ ସହରରେ ସୁନା ଦରରେ କିଂଚିତ ପରିବର୍ତ୍ତନ ଆସିଛି ।  ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୦୧୦
ଟଙ୍କା ଓ ୪୭,୦୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୬,୨୬୦ ଓ ୪୭,୪୬୦
ଟଙ୍କା ରହିଛି ।

ଯେବେକି ଚେନ୍ନାଇ ରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୫,୫୩୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୬୬୦ ଟଙ୍କା ରହିଛି ।  କଲିକତାରେ ମଧ୍ୟ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥା କ୍ରମେ ୪୬,୨୬୦ ଟଙ୍କା ଓ ୪୭,୪୬୦ ଟଙ୍କା ରହିଛି ।  ଯେବେକି ଓଡିଶା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି ।  ସହରରେ ୨୨ କ୍ୟାରେଟ ସୁନା ଦର ମାତ୍ର ୧୦ ଟଙ୍କା ବଢି ୪୫,୫୨୦ ଟଙ୍କାରୁ ୪୫,୫୩୦ ଛୁଇଁଛି ।  ସମାନ ଭାବେ ୨୪ କ୍ୟାରେଟ ସୁନା ମୂଲ୍ୟ ବି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ୪୯୬୫୦ ଟଙ୍କାରୁ ୪୯୬୬୦ ଟଙ୍କାରେ ପହଂଚିଛି ।

ବିଶ୍ୱ ବଜାରରେ ବି ସୁନା ମୂଲ୍ୟରେ ବି ସାମାନ୍ୟ ପରିବର୍ତ୍ତନ ଆସିଛି ।  ନ୍ୟୁୟର୍କ ବଜାରରେ ସୁନା ମୂଲ୍ୟ ଆଉନ୍ସ ପ୍ରତି ୧୩୫୬.୭୦ ଡ଼ଲାରରେ ଟ୍ରେଣ୍ଡ କରୁଛି ।  ସୁନା ପରି ରୂପା ମୂଲ୍ୟରେ ବି ସାମାନ୍ୟ ପରିବର୍ତ୍ତନ ଘଟିଛି | ରୂପା ଦର କିଲୋଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ୪୭୭୦୦ ଟଙ୍କାରୁ ୪୭୭୧୦ ଟଙ୍କାରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.