ପୁଣି ବଢିଲା ପେଟ୍ରୋଲ ଓ ଜିଜେଲ; ଜାଣନ୍ତୁ ଭୁବନେଶ୍ୱରରେ କେତେ ହେଲା ଦାମ୍‌

ଗତ ଆଠଦିନ ହେଲାଣି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଗତ ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୪ ଟଙ୍କା ବଢିସାରିଲାଣି। ଆଜି ପେଟ୍ରୋଲ ଦାମରେ ୬୪ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମରେ ୬୬ ପଇସା ବୃଦ୍ଧି ପାଇଛି। ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଆଠ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩. ୯୮ ଟଙ୍କା ଏବଂ ଡିଜେଲର ମୂଲ୍ୟ ୩.୪୨ ଟଙ୍କାକୁ ବୃଦ୍ଧି କରାଯାଇଛି।

pp

ସାର୍ବଜନୀନ କ୍ଷେତ୍ର ତୈଳ ମାର୍କେଟିଂ କମ୍ପାନୀଗୁଡିକର ବିଜ୍ଞପ୍ତି ଅନୁଯାୟୀ ଆଜି ପେଟ୍ରୋଲ ମୂଲ୍ୟ ମୁମ୍ବାଇରେ ୮୨.୭୦ ଟଙ୍କା ଏବଂ ଡିଜେଲ ମୂଲ୍ୟ ୭୨.୬୪ ଟଙ୍କା ରହିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୫.୭୮ ଟଙ୍କା ରହିଥିବାବେଳେ ଡିଜେଲର ମୂଲ୍ୟ ୭୪.୦୩ ରହିଛି। କୋଲକାତା ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୭୭.୬୪ ଏବଂ ୭୯.୫୩ ଟଙ୍କା ରହିଛି।

ଏଥିଯୋଗୁଁ ଓଡ଼ିଶାରେ ପେଟ୍ରୋଲ ଦର ଗୋଟିଏ ଦିନରେ ୩ ଟଙ୍କା ୧୪ ପଇସା ଓ ଡିଜେଲ ଦର ୧ ଟଙ୍କା ୩ ପଇସା ବଢ଼ିଯାଇଥିଲା। ଫଳରେ ରାଜ୍ୟରେ ପେଟ୍ରୋଲର ଲିଟର ପିଛା ଦର ୭୧ ଟଙ୍କା ୭୨ ପଇସାକୁ ଓ ଡିଜେଲ ଦର ୬୭ ଟଙ୍କା ୭୩ ପଇସାକୁ ବୃଦ୍ଧି ପାଇଥିଲା।  ଏଥିଯୋଗୁଁ ଭୁବନେଶ୍ବରରେ ପେଟ୍ରୋଲ ଦର ସପ୍ତାହକ ମଧ୍ୟରେ ୩ ଟଙ୍କା ୯୫ ପଇସା ଓ ଡିଜେଲ ଦର ୩ ଟଙ୍କା ୯୪ ପଇସା ମହଙ୍ଗା ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.