Below header

ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ଼ ଜଗତର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକତ୍ସା କରାଯିବ । କହିରଖିବା ଉଚିତ ହେବଯେ କିଛି ଦିନ ଓଲିଉଡ଼ ଜଗତର ଏହି ବର୍ଷିୟାନ ଅଭିନେତା ହାଇଦରାବାଦ ରହି ଚିକିତ୍ସିତ ହେଉଥିଲେ ।

bijaya mohanty 1

ତାଙ୍କୁ ଫେରେଇ ଆଣିବା ପାଇଁ ଗତ କାଲି ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଇଥିଲା । ସେଠାରେ ଡାକ୍ତରଙ୍କ ସହ ପରାମର୍ଶ ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର ଫେରିବା ପୂର୍ବରୁ ସେ ନିଜର ଏକ ଭିଡିଓ ଜାରି କରିଥିଲେ । ସେ ଓଡ଼ିଶା ଆସୁଥିବା ଭିଡିଓରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.