Below header

୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁଧ ଉପରେ ଲାଗୁଥିବା ଅତିରିକ୍ତ ସୁଧ ଛାଡ଼ କଲେ ସରକାର, ଦୀପାବଳି ପୂର୍ବରୁ ମିଳିବ କ୍ୟାଶବ୍ୟାକ

କରୋନା ଯୋଗୁଁ ଚାପରେ ଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଆଶ୍ବସ୍ତି ଆଣିଦେଇଛନ୍ତି । ଯଦି ଆପଣ କୌଣସି ପ୍ରକାର ଲୋନ ନେଇଥାନ୍ତି କିମ୍ବା କରୋନା ସଙ୍କଟ ସମୟରେ ଲୋନ ସୁଝିନାହାନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି। ସଂପୃକ୍ତ ଋଣ ଗ୍ରହୀତା କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ମୋରାଟୋରିୟମ ସୁବିଧା ନେଇ ନଥିଲେ ମଧ୍ୟ ଏହି ସୁଧଛାଡ଼ ଘୋଷଣାର ଲାଭ ଉଠାଇପାରିବେ। ଯେଉଁମାନେ ଏହି ଅତିରିକ୍ତ ସୁଧ ଦେଇଛନ୍ତି ସେମାନେ କ୍ୟାସବ୍ୟାକ ମାଧ୍ୟମରେ ତାହାକୁ ପାଇପାରିବେ। ଏବେ ସରକାର ୫ ନଭେମ୍ବର ପୂର୍ବରୁ ସମସ୍ତଙ୍କୁ ଦୀପାବଳି ଉପହାର ଦେବା ପାଇଁ ଘୋଷଣା କରିଛନ୍ତି।

କିଛି ଦିନ ତଳେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଆଧାରରେ ଏହି ସୁଧ ଛାଡ଼ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ୬୫୦୦ କୋଟିର ବ୍ୟୟ ଭାର ପଡ଼ିବ। ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଋଣ କରିଥିବା ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ। ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ସ୍କିମ ଉପରେ ଲାଗୁ ସୁଧକୁ ଛାଡ଼ କରିବାକୁ ନିର୍ଦେଶ ଦେଇଥିଲେ।

loan cashback

ସୂଚନାଯୋଗ୍ୟ ଯେ ଲକଡାଉନ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ କିସ୍ତି ଛାଡ଼ ସମୟ ବା ମୋରାଟୋରିୟମ ଘୋଷଣା କରାଯାଇଥିଲା। ଏହି ସମୟରେ ଋଣ କରିଥିବା ଲୋକମାନଙ୍କୁ ନିଜର ମାସିକ ଋଣ କିସ୍ତି ଦେବାକୁ ପଡୁନଥିଲା। କିନ୍ତୁ ଏହି ମୋରାଟୋରିୟମ ସମୟରେ ଋଣ ସୁଧ ଉପରେ ବ୍ୟାଙ୍କମାନେ ଅତିରିକ୍ତ ସୁଧ ଆଦାୟ କରୁଥିଲେ ।

ଏମାନଙ୍କୁ ମିଳିବ ଫାଇଦା:

ହାଉସିଂ ଲୋନ, ଅଟୋ ଲୋନ, ପର୍ସନାଲ ଲୋନ, ଏମଏସଏମଇ, ପଢା ଲୋନ, କ୍ରେଡିଟ କାର୍ଡ ଲୋନ, କଞ୍ଜ୍ୟୁମର ଡୁରୋବଲ ଲୋନ ଇତ୍ୟାଦି ଲୋକରେ ୨ କୋଟି ପର୍ଯ୍ୟନ୍ତ ଲୋନ ନେଇଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.