LIC New jeevan ଶାନ୍ତି ବାର୍ଷିକ ଯୋଜନା, ଜାଣନ୍ତୁ ଏହାର ଲାଭ, ପ୍ରିମିୟମ ଏବଂ ଅନ୍ୟାନ୍ୟ ବିବରଣୀ

ରିଟାଏରମେଣ୍ଟ ପରେ ପେନ୍‌ସନ ସୁବିଧା ପାଇଁ ଜୀବନ ବୀମା ନିଗମ (LIC) ନିକଟରେ ଏକ ନୂଆ ସ୍କିମ ଆରମ୍ଭ କରିଛି। New Jeevan Shanti deferred annuity plan ଲଞ୍ଚ କରିଥିବା ବେଳେ ଏଥିରେ ଏକ ନନ-ଲିଙ୍କଡ୍‌, ନନ-ପାର୍ଟିସିପେଟିଙ୍ଗ, ବ୍ୟକ୍ତିଗତ, ଏକକ-ପ୍ରିମିୟମ, ଡିଫର୍ଡ ୟୁନିଟି ପ୍ଲାନ ରହିଛି। ତେବେ ନୂଆ ଜୀବନ ଶାନ୍ତି ପଲିସିର ଆରମ୍ଭରେ ସୁଲଭ ଦରରେ ଗ୍ୟାରେଣ୍ଟି ପଲିସି ଦିଆଯିବ ବୋଲି LIC ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି। LIC ର ଏହି ନୂଆ ପଲିସିରେ ଦୁଇ ପ୍ରକାର ପ୍ଲାନ ରହିଛି।

ସିଙ୍ଗଲ ପ୍ଲାନ:

ଏହି ପ୍ଲାନ ଅନୁଯାୟୀ ଡିଫରମେଣ୍ଟ ଅବଧି ପରେ ମଧ୍ୟ ଏନ୍ୟୁଟିର ଭରଣ ସେହି ବ୍ୟକ୍ତିଙ୍କୁ ଜୀବନ ସାରା ମିଳିବ। ଯଦି ଏନ୍ୟୁଟି ପାଉଥିବା ବ୍ୟକ୍ତିଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ନୋମିନିକୁ ଏହାର ଭରଣ ଦିଆଯିବ।

ଜଏଣ୍ଟ ଲାଇଭ:

ଏଥିରେ ଡିଫରମେଣ୍ଟ ଅବଧି ପରେ ମଧ୍ୟ ଏନ୍ୟୁଟି ପେମେଣ୍ଟ ପ୍ରଥମ କିମ୍ବା ଦ୍ୱିତୀୟ ବ୍ୟକ୍ତିଙ୍କ ଜୀବିତ ରହିବା ପର୍ଯ୍ୟନ୍ତ ଜାରି ରହିବ। ଡିଫରମେଣ୍ଟ ଅବଧି ମଧ୍ୟରେ ଯଦି ଉଭୟଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ନୋମିନିକୁ ପେମେଣ୍ଟ ମିଳିବ। ଏକ ପରିବାରର କେବଳ ଦୁଇ ଜଣ ସଦସ୍ୟଙ୍କ ମଧ୍ୟରେ ଏହି ଜଏଣ୍ଟ ଲାଇଫ ଏନ୍ୟୁଟି ନିଆଯାଇ ପାରିବ।

lic

ମୂଲ୍ୟ:

ଏହି ଯୋଜନାକୁ ୧.୫ ଲକ୍ଷ ଟଙ୍କାର ସର୍ବନିମ୍ନ ଦେୟ ସାହାଯ୍ୟରେ କିଣାଯାଇ ପାରିବ ଏବଂ ଏହା ବାର୍ଷିକ, ଅର୍ଦ୍ଧ ବାର୍ଷିକ, ତ୍ରୟମାସିକ ଏବଂ ମାସିକ ପାଇଁ ଉପଲବ୍ଧ ରହିବ। ଏହି ଯୋଜନା ୩୦ରୁ ୭୯ ବର୍ଷ ବୟସ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିବା ବେଳେ ଏହାର ସର୍ବନିମ୍ନ ବିଳମ୍ବ ଅବଧି ଏକ ବର୍ଷ ଏବଂ ସର୍ବାଧିକ ବିଳମ୍ବ ସମୟ ୧୨ ବର୍ଷ ରହିଛି। ଏହି ପଲିସିରେ ନିଜ ମନ ଇଚ୍ଛା ନିବେଶ କରିବାର ସୁବିଧା ରହିଛି। LIC ର ଏହି ନୂଆ ପ୍ଲାନକୁ ଅଫଲାଇନ ଏବଂ ଅନଲାଇନ ଉଭୟ ଉପାୟରେ କିଣାଯାଇପାରିବ।

ଏନ୍ୟୁଟି ସ୍କିମ:

କୌଣସି ଏନ୍ୟୁଟି ସ୍କିମରେ ନିବେଶ କରାଯାଇଥିବା ରାଶି ଉପରେ ସୁଧ ପ୍ରୟୋଗ କରି ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆୟ ପ୍ରାପ୍ତ ହୋଇଥାଏ। ସେହିପରି ରିଟାଏରମେଣ୍ଟ ପରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଆୟ ରହିଛି ଏବଂ ଏକ ଲକ୍ଷ ଟଙ୍କା ବିନିଯୋଗ ପରେ ଏହି ଯୋଜନାରେ ନିୟମିତ ଭାବରେ ଏକ ନିର୍ଦ୍ଦିଷ୍ଟ ଆୟ ରହିଛି। ରିଟାଏରମେଣ୍ଟ ପୋର୍ଟଫଲିଓର ଏକ ଅଂଶ ଭାବରେ ଏହାର ବ୍ୟବହାର କରାଯାଇ। ଏଥିରେ ଜଣେ ବ୍ୟକ୍ତି ଥରେ ମାତ୍ର ନିବେଶ କରି ଭବିଷ୍ୟତରେ ମାସିକ, ତ୍ରୟମାସିକ ଏବଂ ବାର୍ଷିକ ଆଧାରରେ ଏହାର ଭରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.