ରାଜ୍ୟରେ ଆଜି ୧୪୮୦ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୧୪୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୫୮ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୬୨୨। ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ କମୁଥିବାବେଳେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ନୂଆ ସଂକ୍ରମିତ ରହିଛନ୍ତି ୧୧୦। କଟକରୁ ୧୦୬, ବାଲେଶ୍ୱରରୁ ୮୪ ଓ ଜଗତସିଂହପୁରରୁ ରହିଛନ୍ତି ୭୨ ପଜିଟିଭ୍‌।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୮୨ହଜାର ୬୯୫କୁ ବୃଦ୍ଧି ପାଇଛି। ସେପଟେ ଆଉ ୧୪ଜଣଙ୍କ ଜୀବନ ନେଇଛି କରୋନା। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି। ଆକ୍‌ଟିଭ୍‌ କେସ୍‌ ୧୭ହଜାର ୨୮୧ ରହିଥିବାବେଳେ ୨ଲକ୍ଷ ୬୪ହଜାର ୧୦୨ଜଣ ଆରୋଗ୍ୟ ହେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.