ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ରାସ୍ତାରୋକ

ବାଲିଗୁଡ଼ା: ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ମୁଖ୍ୟ ରାସ୍ତା ଅବରୋଧ ରଖି ବିକ୍ଷୋଭ କରୁଛନ୍ତି। ମୃତ ଶିଶୁ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୬ ବର୍ଷର ପୁଅ ଯାଦବ ପ୍ରଧାନ। ଗତକାଲି ସନ୍ଧ୍ୟାରେ ଯାଦବ ମାମୁଘରକୁ ଆସିଥିବାବେଳେ ଏକ ବୋଲେରୋ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା। ଏହାପରେ ସ୍ଥାନୀୟଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରାସ୍ତା ଉପରେ ରଖି ବିକ୍ଷୋଭ କରିଛନ୍ତି । ଫଳରେ ଗାଡି ଚଲାଚଳ ଠପ୍‌ ହୋଇଯାଇଛି। ପୋଲିସ ଗାଡି ମାଲିକକୁ ଅଟକ ରଖିବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.