Below header

ଡାକ୍ତରଙ୍କୁ ପୁଣି ମିଳିଲା ବଡ଼ ସଫଳତା, ୪ ଟି ହାତଗୋଡ଼ ଥିବା ଶିଶୁର କଲେ ସଫଳ ସର୍ଜରୀ

ଡାକ୍ତରଙ୍କୁ ମିଳିଲା ବଡ଼ ସଫଳତା। ଇନ୍ଦୋରର ଏମ୍‌ଓ୍ଵାଇ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞଙ୍କ ଏକ ଟିମ୍‌ ଶୁକ୍ରବାର ଦିନ ଏକ ଚାରି ଗୋଡ଼, ଚାରି ହାତ ଓ ଗୋଟିଏ ମୁଣ୍ଡ ଥିବା ଶିଶୁର ସଫଳ ଅପରେସନ୍‌ କରିଛନ୍ତି। ଶିଶୁଟି ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲା। ରିପୋର୍ଟ ମୁତାବକ ଝାବୁଆର ମୋନିକା ନାମ୍ନୀ ମହିଳା ଘରେ ପିଲା ଜନ୍ମ କରିଥିଲେ। ନବଜାତଟି ହେଟରୋଫେଗସ ପେରାସିଟିକ୍‌ କାନ୍‌ଜାଇଟେଡ୍‌ ଟ୍ଵିନ୍ସରେ ପୀଡ଼ିତ ଥିଲା। ଜନ୍ମ ହେବା ପରେ ପିଲାକୁ ତା’ ବାପା-ମା’ ଇନ୍ଦୋରର ଏମ୍‌ଓ୍ଵାଇଏଚ୍‌ ହସ୍ପିଟାଲକୁ ରେଫର କରାଯାଇଥିଲା।

ଏ ନେଇ ହସ୍ପିଟାଲର ଡା.ବ୍ରଜେଶ ଲାହୋଟୀ କହିଛନ୍ତି ଶିଶୁଟି ମାତ୍ର ୪ ଦିନର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଣୁ ଶିଶୁର ଶରୀରର ଭିତର ଅଙ୍ଗ ବିଷୟରେ କିଛି ଜଣାପଡ଼ୁନଥିଲା। ସେ ଜାଣିନଥିଲେ ଶରୀର ଭିତରେ କି କି ଅଙ୍ଗ ବିକଶିତ ହୋଇଛି ଓ କେତେ କାମ କରୁଛି। ୧୬ ଅକ୍ଟୋବରରେ ଶିଶୁଟିର ସଫଳ ସର୍ଜରୀ କରାଯାଇଛି ଓ ଏବେ ସେ ଆଇସିୟୁରେ ଅଛନ୍ତି।

medical

ଶୁକ୍ରବାର ଶେଷ ଅପରେସନ୍‌ କରାଯାଇଛି। ଡାକ୍ତର କହିଛନ୍ତି ଛୁଆଟି ହେଟରୋଫେଗସ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗରେ ଦୁଇଟି ଶିଶୁ ଜନ୍ମ ନିଅନ୍ତି। ସେଥିରୁ ଗୋଟିଏ ଶିଶୁ ପୂରା ବିକଶିତ ହୋଇଥାଏ ଓ ଅନ୍ୟଟି ଅର୍ଦ୍ଧ ବିକଶିତ। ଅର୍ଦ୍ଧ ବିକଶିତ ଶିଶୁଟିର ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ରହିଥାଏ। ଉଭୟଙ୍କ ଶିରା ପ୍ରଶିରା ମଧ୍ୟ ଜଡ଼ିତ ରହିଥାଏ। ୧୦-୨୦ ଲକ୍ଷ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଏମିତି ହୋଇଥାନ୍ତି। ଏଭଳି ଅପରେସନ୍‌ ଏମ୍‌ଓ୍ଵାଇଏଚ୍‌ରେ ୨୫ ବର୍ଷରେ ଚତୁର୍ଥ ଥର ପାଇଁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.