୨୧ଟି ଆଣ୍ଡ୍ରଏଡ୍ ଗେମକୁ ନେଇ Avast ଦେଲା ଚେତାବନୀ, ତୁରନ୍ତ ନିଜ ଫୋନରୁ କରନ୍ତୁ ଡିଲିଟ ନଚେତ..

ସାଇବର ସିକ୍ୟୁରିଟି ଫାର୍ମ Avast ୨୧ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ କୁ ନେଇ ଏକ ଚେତାବନୀ ଜାରି କରିଛି । Avast ଅନୁଯାୟୀ, ଏହି ସମସ୍ତ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ରହିଛି ଏବଂ ଏହା ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ କାରଣ ଏଥିରେ ଆଡୱେୟାର ଥାଏ । ଏହି ଆପ୍ସରେ ଥିବା ଆଡୱେୟାର HiddenAdsର ଫ୍ୟାମିଲି ।

Avast ନିଜର ଏକ ବୟାନରେ କହିଛି ଯେ HideApp ଫ୍ୟାମିଲି ଟ୍ରୋଜାନ୍ ଫ୍ୟାମିଲିର ଏକ ନିରାପଦ ଏବଂ ଉପଯୋଗୀ ଆପ୍ କିନ୍ତୁ ବର୍ତ୍ତମାନ ଏହା ଆପଣଙ୍କ ଫୋନରେ ଅଦର ଆପଗୁଡିକୁ ଅନୁପ୍ରବେଶ କରାଇବା ଆରମ୍ଭ କରିଛି । ଗୁଗୁଲ୍ ପ୍ଲେ ଷ୍ଟୋରରେ ଥିବା ସମସ୍ତ ଆଡୱେର୍ 21 ଆପ୍ ସ୍ପୋର୍ଟ୍ସ , ପଜଲ୍, କାର୍ ଏବଂ ହେଲିକପ୍ଟର ଗେମ ସହିତ ଜଡିତ ।

Android warning: DON'T download these 19 popular apps from the Google Play Store | Express.co.uk

ଅନେକ ୟୁଜର୍ସ ପ୍ଲେ ଷ୍ଟୋରରେ ଥିବା ଏହି ଆପଗୁଡ଼ିକ ବିଷୟରେ ମଧ୍ୟ ଅଭିଯୋଗ କରିଛନ୍ତି । ଉପଭୋକ୍ତାମାନେ କହିଛନ୍ତି ଯେ ଏହି ଆପଗୁଡ଼ିକ ଅନାବଶ୍ୟକ ବିଜ୍ଞାପନ ଦେଖାଉଛି । ଯେଉଁ ବିଜ୍ଞାପନଗୁଡ଼ିକ ଫୋନ୍ ବ୍ୟବହାରକୁ ମଧ୍ୟ ରୋକି ଦେଉଛି । ଅନେକ ଉପଭୋକ୍ତା ଏହା ମଧ୍ୟ କହିଛନ୍ତି ଯେ ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରୁ ଆସିଥିବା ଆପ୍ ମାଧ୍ୟମରେ ଏହି ଆପଗୁଡ଼ିକ ଫୋନରେ ନିଜର ସ୍ଥାନ ସୃଷ୍ଟି କରୁଛି । ଏହି ଆପ୍ସକୁ ପ୍ରାୟ 80 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି ।

Avast ଦ୍ୱାରା ଜାରି କରାଯାଇଥିବା 21 ଟି ଆଡୱେୟାର ଆପର ନାମ

  1. Shoot Them
  2. Crush Car
  3. Rolling Scroll
  4. Helicopter Attack – NEW
  5. Assassin Legend – 2020 NEW
  6. Helicopter Shoot
  7. Rugby Pass
  8. Flying Skateboard
  9. Iron it
  10. Shooting Run
  11. Plant Monster
  12. Find Hidden
  13. Find 5 Differences – 2020 NEW
  14. Rotate Shape
  15. Jump Jump
  16. Find the Differences – Puzzle Game
  17. Sway Man
  18. Desert Against
  19. Money Destroyer
  20. Cream Trip – NEW
  21. Props Rescue

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.