ଦେଖିଛନ୍ତି କି AI ଜେନେରେଟେଡ୍‌ ଅଟୋରିକ୍ସା, ସୁନ୍ଦର ଭାବେ ଡିଜାଇନ୍‌ ହୋଇଛି ଏହି ରିକ୍ସା

ସୋସିଆଲ ମିଡିଆରେ ଅଡି, ବିଏମଡବ୍ଲୁ ଏବଂ ମର୍ସିଡିଜ୍ କାର ତିଆରି କରୁଥିବା କମ୍ପାନୀ ଅଟୋ ରିକ୍ସା ତିଆରି କରିଥିବା ଦେଖିବାକୁ ମିଳିଛି । ଏହି ଅଟୋରିକ୍ସା ଗୁଡ଼ିକ AI ଦ୍ୱାରା ଜେନେରେଟ୍‌ ହୋଇଛି ।

 

ଦିନକୁ ଦିନ ଟେକ୍ନୋଲୋଜିର ପ୍ରଭାବ ମଣିଷ ଉପରେ ପଡ଼ିବାରେ ଲାଗିଛି । ଏହି ଟେକ୍ନୋଲୋଜି ମଧ୍ୟରେ AI ଅନ୍ୟତମ । AIକୁ ବ୍ୟବହାର କରି ମଣିଷ ଅସମ୍ଭବ କାର୍ଯ୍ୟ ବି ସମ୍ଭବ କରୁଛି । ତେବେ ଏହି AI ଯେକୌଣସି ଜିନିଷକୁ ମୋଡିଫାଏ କରିପାରୁଛି ଏବଂ ତାକୁ ଭଲ ଲୁକ୍‌ ଦେଇ ପାରୁଛି । ତେବେ AI ଦ୍ୱାରା ଆମେ କୌଣସି ଜିନିଷ ଭବିଷ୍ୟତରେ କିପରି ଦେଖାଯିବ ତାହା ମଧ୍ୟ ଅନୁମାନ କରି ପାରୁଛୁ । ଏହାରି ଭିତରେ ସୋସିଆଲ ମିଡିଆରେ ଅଡି, ବିଏମଡବ୍ଲୁ ଏବଂ ମର୍ସିଡିଜ୍ କାର ତିଆରି କରୁଥିବା କମ୍ପାନୀ ଅଟୋ ରିକ୍ସା ତିଆରି କରିଥିବା ଦେଖିବାକୁ ମିଳିଛି । ଏହି ଅଟୋରିକ୍ସା ଗୁଡ଼ିକ AI ଦ୍ୱାରା ଜେନେରେଟ୍‌ ହୋଇଛି । ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସାଧାରଣ ଅଟୋ ତ ଆପଣମାନେ ଦେଖିଥିବେ । କିନ୍ତୁ ଅଡି, ଫରାରୀ, ଟେସଲା, ମର୍ସିଡିଜ୍ ଓ ବିଏମଡବ୍ଲୁ ଭଳି ଅଟୋ କଥା ଆପଣ ହୁଏତ କେବେ ଭାବି ନଥିବେ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହି AI ଜେନେରେଟେଡ୍‌ ଅଟୋରିକ୍ସା । ଏହି ଅଟୋ ରିକ୍ସାଗୁଡ଼ିକ ଏତେ ସୁନ୍ଦର ଭାବେ ଡିଜାଇନ୍‌ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଏଥିରେ ଯାତ୍ରା କରିବା ପାଇଁ ମନ ବଳାଇବେ । ଏହି ଅଟୋ ରିକ୍ସାଗୁଡ଼ିକରେ ଟେସଲା ଠାରୁ ଫରାରୀ, ବିଏମଡବ୍ଲୁ , ଅଡି ପର୍ଯ୍ୟନ୍ତ ଅନେକ ବ୍ରାଣ୍ଡର ଅଟୋ ରିକ୍ସା ସାମିଲ ଅଛି ।

ଇନଷ୍ଟାଗ୍ରାମରେ sahixd ନାମକ ଏକ ଆକାଉଣ୍ଟରେ ଏହି ଅଟୋ ରିକ୍ସା ର କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ଆପଣ ଦେଖିପାରିବେ ଯେ ବିଏମଡବ୍ଲୁ ଅଟୋରୁ ଅଡି, ଫରାରୀ, ଟେସଲା, ମର୍ସିଡିଜ୍, ଭଲଭୋ, ବୁଗାଟୀ ଏବଂ ପୋର୍ସୋ ଭଳି ଅଟୋ ଅଛି । ଟେସଲା ର ଅଟୋକୁ ଦେଖିଲେ ଆପଣ ଅନୁଭବ କରିବେ ଯେ ଏହା ଏକ ଭିନ୍ନ ଷ୍ଟାଇଲ୍ ର ଅଟୋ ଏବଂ ଆପଣ ଏହି ଇଲେକ୍ଟ୍ରିକ୍ ଅଟୋରେ ଯାତ୍ରା କରିପାରିବେ । ଏହି ଫଟୋଗୁଡିକ ସେୟାର କରିବା ସମୟରେ ୟୁଜର ଜଣଙ୍କ ଲେଖିଛନ୍ତି, ଯଦି ବିଶ୍ୱର ବୃହତ୍ତମ କମ୍ପାନୀଗୁଡ଼ିକ ଅଟୋ ତିଆରି କରନ୍ତି, ତେବେ ଏହି ଅଟୋଗୁଡ଼ିକ ଏପରି ଦେଖିବାକୁ ମିଳିବ । ଏଥିରେ BMWର ଅଟୋ ବହୁତ ରଙ୍ଗୀନ ଦେଖିବାକୁ ମିଳିଛି ।

AI ଜେନେରେଟେଡ ଅଟୋ ରିକ୍ସାଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ AI ର ଅର୍ଥ ହେଉଛି ଅଟୋ ରିକ୍ସା ଇଣ୍ଟେଲିଜେନ୍ସ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଭିନ୍ନ ଧରଣର ଇମାଜିନେସନ୍‌ । ଜଣେ ୟୁଜର ଲେଖିଛନ୍ତି ଯେ ଏହି ଅଟୋ ରିକ୍ସା ଆଗାମୀ ଜେନେରେସନରେ ଆମ ରାସ୍ତାରେ ମଧ୍ୟ ଦେଖାଯିବ । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଏଥିରେ ଲାମ୍ବୋର୍ଗିନି ଅଟୋକୁ ସାମିଲ କରାଯାଇ ନାହିଁ । ସେହିଭଳି, ଅନେକ ୟୁଜର ଏହି ମୋଡିଫାଏଡ ଅଟୋ ରିକ୍ସା ଦେଖିବା ପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.