Below header

ଆପଲ ଷ୍ଟୋରରେ କାମ କରୁଛନ୍ତି ଉଚ୍ଚ ଶିକ୍ଷିତ, ମୁମ୍ବାଇ ବିକେସିରେ କାମ କରୁଥିବା କର୍ମଚାରୀ କହୁଛନ୍ତି ୨୫ ଭାଷା

ଆପଲ ପକ୍ଷରୁ ବଡ଼ ନିୟୁକ୍ତି । ଏହାସହ ମୋଟା ଅଙ୍କର ଦରମା ଅଫର । ଆପଲର ମୁମ୍ବାଇ ଓ ଦିଲ୍ଲୀରେ ଖୋଲିଥିବା ଷ୍ଟୋରରେ ଏହି ନିଯୁକ୍ତି ସୁୟୋଗ ଆସିଛି । ଏହି ଷ୍ଟୋରରେ ନିଯୁକ୍ତି ପାଇଥିବା ବା ପାଇବାକୁ ଥିବା କର୍ମଚାରୀ ଉଚ୍ଚ ଶିକ୍ଷିତ । କିଛି କର୍ମଚାରୀ କ୍ୟାମବ୍ରିଜ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ଆସିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଆପଲ ପକ୍ଷରୁ ବଡ଼ ନିୟୁକ୍ତି । ଏହାସହ ମୋଟା ଅଙ୍କର ଦରମା ଅଫର । ଆପଲର ମୁମ୍ବାଇ ଓ ଦିଲ୍ଲୀରେ ଖୋଲିଥିବା ଷ୍ଟୋରରେ ଏହି ନିଯୁକ୍ତି ସୁୟୋଗ ଆସିଛି । ଏହି ଦୁଇଟି ଷ୍ଟୋରରେ ମ୍ୟାନେଜର ଓ ସେଲସମ୍ୟାନ ପଦବୀ ପାଇଁ ଆପଲ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ଷ୍ଟୋରରେ ନିଯୁକ୍ତି ପାଇଥିବା ବା ପାଇବାକୁ ଥିବା କର୍ମଚାରୀ ଉଚ୍ଚ ଶିକ୍ଷିତ । ପ୍ରାୟ ସମସ୍ତ କର୍ମଚାରୀ ଏମଏସସି ଆଇଟି, ଏମବିଏ, ଇଞ୍ଜିନିୟର, ବିସିଏ ଓ ଏମସିଏ ଗ୍ରାଜୁଏଟ ରହିଛନ୍ତି । ଆପଲ ବିଶ୍ୱର ଏକ ଭେଲ୍ୟୁଏବୁଲ ଓ ଲାଭବାନ କମ୍ପାନୀରୁ ଗୋଟିଏ । ଭାରତରେ ନିଜର ପ୍ରଥମ ଦୁଇଟି ଷ୍ଟୋର ଲଞ୍ଚ କରିବା ପାଇଁ କମ୍ପାନୀ ପକ୍ଷରୁ ଗୁଡ଼ିଏ ଖର୍ଚ୍ଚ କରାଯାଇଛି । ଷ୍ଟୋରର ଚାକଚକ୍ୟ ଓ ଏଠାରେ ନିଯୁକ୍ତି ପାଇଥିବା କର୍ମାଚାରୀଙ୍କୁ ଦେଖିଲେ ଏହା ଅନୁମାନ କରାଯାଇ ପାରେ ଯେ, କମ୍ପାନୀ ଗ୍ରାହକଙ୍କୁ ଏକ ପ୍ରିମିୟମ ଅନୁଭବ ଦେବାକୁ ଚାହୁଁଛି ।

ଏହି ଷ୍ଟୋରରେ କାମ କରୁଥିବା କିଛି କର୍ମଚାରୀ କ୍ୟାମବ୍ରିଜ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ଆସିଛନ୍ତି । କିଛି ଭାରତୀୟ କର୍ମଚାରୀଙ୍କୁ ଆପଲର ୟୁରୋପ ଓ ମିଡିଲ ଇଷ୍ଟରେ ଥିବା ଷ୍ଟୋରରୁ ବଦଳି କରି ଅଣାଯାଇଛି । ଏଠାରେ କାମ କରୁଥିବା ପ୍ରାୟ ସମସ୍ତ କର୍ମଚାରୀଙ୍କ ରିଟେଲ ସପରେ କାମ କରିବାର ଅଭିଜ୍ଞତା ରହିଛି । କମ୍ପାନୀ ମୁମ୍ବାଇ ବିକେସି ଓ ଦିଲ୍ଲୀ ସାକେତ ଷ୍ଟୋର ପାଇଁ ୧୭୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ କମ୍ପାନୀ ଏହି କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିଛି । ମୁମ୍ବାଇ ଆପଲ ଷ୍ଟୋରରେ କାମ କରୁଥିବା କର୍ମଚାରୀ ୨୫ଟି ଭାଷାରେ କଥା ହୋଇ ପାରିବେ । ଦିଲ୍ଲୀ ସାକେତରେ କାମ କରୁଥିବା କର୍ମଚାରୀ ୧୫ଟି ଭାଷାରେ କଥାବର୍ତ୍ତା କରି ପାରୁଛନ୍ତି ।

ଉଚ୍ଚ ଦରମା ସହ ଆପଲ ପକ୍ଷରୁ କର୍ମଚାରୀ ମାନଙ୍କୁ ଇନସୁରାନ୍ସ, ପେଡ୍‌ ଲିଭ୍‌, ଷ୍ଟକ ଗ୍ରାଣ୍ଟସ, ଆପଲ ପ୍ରଡକ୍ଟ ଉପରେ ରିହାତି ଓ ଏହାସହ ପାଠ ପଢିବା ପାଇଁ ଖର୍ଚ୍ଚ ଦିଆଯାଉଛି । ରିଟେଲ ଚାକିରିରେ ଭାରତରେ ମାସିକ ୨୫ ହଜାରରୁ ୩୦ ହଜାର ମିଳୁଥିବା ବେଳେ ଆପଲ ପକ୍ଷରୁ ଏହାର କର୍ମଚାରୀଙ୍କୁ ମାସିକ ୧ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯାଉଛି ।

ମୁମ୍ବାଇରେ ଥିବା ଷ୍ଟୋରକୁ ବିକେସି କୁହାଯାଉଛି । ଏହା ମୁମ୍ବାଇର ଜିଓ ଓ୍ଵାଲ୍ଡ ମଲ ଭିତରେ ରହିଛି । ଆପଲ ସିଇଓ ଟିମ୍‌ କୁକ୍‌ ଏହାର ଲଞ୍ଚ ଇଭେଣ୍ଟରେ ଏହି ଷ୍ଟୋର ଭିଜିଟ କରିଥିଲେ । ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦୀ, ମୁକେଶ ଅମ୍ବାନୀ ଓ ଟାଟାର ଚେୟାରମେନ ଏନ ଚନ୍ଦ୍ରଶେକରନଙ୍କୁ ଭେଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.