କିଣନ୍ତୁ ଆପଣଙ୍କ ପ୍ରିୟ ଗାଡି Honda Activa 6G, ପୂରା ୫,୦୦୦ ଟଙ୍କା କ୍ୟାସବ୍ୟାକ୍ ସହିତ ମିଳିବ ୧୦୦% ଫାଇନାନ୍ସ ସୁବିଧା

ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର honda activa 6g ଭର୍ସନକୁ କମ୍ପାନୀ ଫେବୃଆରୀ ମାସର କ୍ୟରସବ୍ୟାକ୍ ଯୋଜନା ସହିତ ଉପଲବ୍ଧ କରାଉଛି। ଅର୍ଥାତ ଆପଣ ଏହି ସ୍କୁଟରକୁ ଚଳିତ ମାସ କିଣିଲେ ସିଧାସଳଖ ୫,୦୦୦ ଟଙ୍କା କ୍ୟାସବ୍ୟାକର ଫାଇଦା ଉଠାଇପାରିବେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ ଆକ୍ଟିଭା ଏକ ଟପ୍ ସେଲିଙ୍ଗ ସ୍କୁଟର ଅଟେ ଯାହା ବର୍ଷ ବର୍ଷ ଧରି ଲୋକଙ୍କର ପ୍ରଥମ ପସନ୍ଦ ହୋଇଆସୁଛି। ଏହାଛଡା କମ୍ପାନୀ ସାଇନ୍ ଉପରେ ମଧ୍ୟ ଭଲ ଅଫର ନେଇ ଆସିଛି। ଯେଉଁଥିରେ ଗ୍ରାହକଙ୍କୁ ୨,୪୯୯ ଟଙ୍କା ପର୍ଯ୍ୟନ୍ତ ଡାଉନ୍ ପେମେଣ୍ଟର ସୁବିଧା ମଧ୍ୟ ଦେଉଛି।
ଜାଣନ୍ତୁ ମିଳୁଥିବା ଅଫର
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୫୦୦୦ ଟଙ୍କାର କ୍ୟାସବ୍ୟାକ କେବଳ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ମାସିକ କିସ୍ତିରେ କ୍ରୟ କଲେ ମିଳିବ। ଏହାବ୍ୟତୀତ କମ୍ପାନୀର ଏହି ସ୍କିମ ଅନୁଯାୟୀ ସ୍କୁଟର କିଣିଲେ ୧୦୦ ପ୍ରତିଶତ ଫାଇନାନ୍ସ ସୁବିଧା ମଧ୍ୟ ମିଳିବ। ତେବେ କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ବାଇକ ଉପରେ ମଧ୍ୟ ଏହି ଅଫର ଦିଆଯାଉଛି। ଏହି ଅଫର କେତେ ଦିନ ରହିବ ତାହା ଏଯାଏଁ କମ୍ପାନୀ ଖୁଲାସା କରିନାହିଁ।
Honda Activa 6Gର ଫିଚର୍ସ ଏବଂ ଖାସିୟତ୍
ସୂଚନା ମୁତାବକ, ‘Honda Activa 6G’ରେ ବିଏସ୍୬ କମ୍ପ୍ଲାୟଣ୍ଟ ୧୦୯ସିସି ଇଞ୍ଜିନ୍ ମିଳିବ। ଏହି ଇଞ୍ଜିନ୍ ୮,୦୦୦ rpmରେ ୭.୬୮ bhpର ପାଓ୍ଵାର ଏବଂ ୫,୨୫୦ rpmରେ ୮.୭୯ Nm ପିକ୍ ଟର୍କ ଜେନେରେଟ୍ କରିଥାଏ।
ଏହାଛଡ଼ା ସ୍କୁଟରରେ କିଛି ନୂଆ ଏବଂ ଅପ୍ଡେଟେଡ୍ ଫିଚର୍ସ ମିଳିବ। ଲୁକ୍ ଦେଖିଲେ, ଏଥିରେ LED DRLs, ନୂଆ ଡିଜାଇନ୍ର LED ହେଡ୍ଲ୍ୟାମ୍ପ୍, ନୂଆ ସାଇଡ୍ ଟର୍ନ ଇଣ୍ଡିକେଟର୍ସ, ନୂଆ ବଡି ଗ୍ରାଫିକ୍ସ, ନୂଆ ଷ୍ଟାଇଲ୍ର ଫ୍ରଣ୍ଟ ଏପ୍ରନ୍ ଆଦି ମିଳିବ।
ସେହିପରି ସାଇଡ୍ ବଡି ପ୍ୟାନେଲରେ କ୍ରୋମ୍, ୧୨ ଇଞ୍ଚର ହୁଇଲ୍, ନୂଆ ଷ୍ଟପ୍ ସିଷ୍ଟମ୍, ଫୁଏଲ୍ ଇଞ୍ଜେକ୍ସନ ଟେକ୍ନୋଲୋଜି, ବ୍ଲୁଟୁଥ୍ ସ୍ମାର୍ଟଫୋନ୍ କନେକ୍ଟିଭିଟି ଫିଚର, ଡିଜିଟାଲ ଇନ୍ଷ୍ଟମେଣ୍ଟ କନ୍ସୋଲ୍ ଆଦି ଏଥିରେ ଦିଆଯାଇଛି।