ଦିନ କେଇଟା ପରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜା, କଟକ କିସିନାପୁର ଗାଁରେ ମୂର୍ତ୍ତି ଗଢିବାରେ ବ୍ଯସ୍ତ ମାଟି ଶିଳ୍ପୀ

ସାଲେପୁର: ଦିନ କେଇଟା ପରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜା l ଗାଁରୁ ସହର ସବୁଆଡେ ପୂଜା ପାଇବେ ମା ସରସ୍ୱତୀ l ଏନେଇ ପୂରା ଦମରେ ଲାଗିପଡିଛନ୍ତି କଟକ ଜିଲ୍ଲା ସାଲେପୁର କିସିନାପୁର ଗାଁର ମୂର୍ତ୍ତି କାରିଗର l କରୋନା କଟକଣା କୋହଳ ପରେ ପୁଣି ଲାଗି ପଡିଛନ୍ତି ତାଙ୍କର କୂଳ ବେଉସାରେ।

saraswatiକଟକ ଜିଲ୍ଲା କିସିନାପୁର ଗାଁ l ଏଇଠି ରହୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମାଟି ଶିଳ୍ପୀଙ୍କ ପରିବାର । ଦିନ ରାତି ଏକ କରି ଗଢିଥାନ୍ତି ଭିନ୍ନଭିନ୍ନ ଡିଜାଇନର ମୂର୍ତ୍ତି l ଆଗକୁ ସରସ୍ୱତୀ ପୂଜା ଥିବାରୁ ପୁରା ପରିବାର ଏବେ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ l କାରଣ କରୋନା ଯୋଗୁଁ ଜୀବନ ଜୀବିକା ପୁରା ଠପ ହୋଇ ଯାଇଥିବା ବେଳେ, ଏବେ ସେମାନଙ୍କ ମନରେ ଦେଖା ଦେଇଛି ଅଶାର ଆଲୋକ l ମୂର୍ତ୍ତି ବିକିବେ ଦୁଇପଇସା ରୋଜଗାର କରିବେ, ପରିବାର ପ୍ରତିପୋଷଣ କରିବେ l ଯାହାକୁ ଆଖି ଆଗରେ ରଖି ମୂର୍ତ୍ତି ଗଢ଼ାରେ ଲାଗିପଡିଛନ୍ତି ପୂରା ପରିବାର l

କୂଳ ବେଉସାକୂ ନିର୍ଭର କରି ଚଳି ଆସୁଥିବା ଏହି ଶିଳ୍ପୀ ମାନେ କରୋନା ଯୋଗୁଁ ଦୀର୍ଘ ବର୍ଷେ ହେବ ହାତ ବାନ୍ଧି ବସିଥିଲେ l କଟକଣା କୋହଳ ପରେ ପୁଣି ସେମାନେ ଏବେ ଲାଗି ପଡିଛନ୍ତି ମୂର୍ତ୍ତି ଗଢିବରେ l ଛୋଟରୁ ବଡ଼ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସୁହାଇଲା ଭଳି ହୋଇଛି ସରସ୍ୱତୀଙ୍କ ପ୍ରତିମା l ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର l ପାଖରେ ଆଉ କମ ଦିନ ଥିବାରୁ କାରିଗର ହାତକୁ ଆଉ ଯେମିତି ତର ନାହିଁ l ତେବେ କିସିନାପୁର ଗାଁ ମୂର୍ତି ନିର୍ମାଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଜିଲ୍ଲା ବାହାରୁ ଗ୍ରାହକ ଓ ବେପାରୀ ଧାଇଁ ଆସୁଛନ୍ତି ଏଠାକୁ ମୂର୍ତ୍ତି ଅର୍ଡର ଦେବାକୁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.